fbpx

କାଲିଠାରୁ ରାଜଧାନୀରେ ହେବ ଅନଲକ୍-୬, ଜାଣନ୍ତୁ ସ୍କୁଲ-କଲେଜକୁ ନେଇ କ’ଣ ରହିଛି ନିର୍ଦ୍ଦେଶ

Advertisement

ନୂଆଦିଲ୍ଲୀ: କରୋନା ସମୀକ୍ଷା ପରେ ରାଜଧାନୀ ଦିଲ୍ଲୀରେ ନୂଆ ଅନଲକ୍ ଗାଇଡଲାଇନ୍ ଜାରି ହୋଇଛି । କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ଅନେକ କଟକଣା କୋହଳ କରାଯାଇଛି । ଦିଲ୍ଲୀରେ ଅନଲକ-୬ ଲାଗୁ ହୋଇଛି, ଯାହାର ଗାଇଡଲାଇନ୍ ଆଜି ଜାରି ହୋଇଛି । ରାଜଧାନୀରେ ଜୁଲାଇ ୫ରୁ ୧୨ ଜୁଲାଇ ପର୍ଯ୍ୟନ୍ତ ଅନଲକ୍-୬ ଲାଗୁ ହେବ ।

ତେବେ କରୋନାର ତୃତୀୟ ଲହରର ବିପଦକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସମସ୍ତ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟରଗୁଡିକରେ ଅଫଲାଇନ ପାଠପଢ଼ା ହୋଇପାରିବ ନାହିଁ । ଯେଉଁ ସଂସ୍ଥାରେ ଅନଲାଇନ୍ ମାଧ୍ୟମରେ କ୍ଲାସ ହେଉଛି, ସେଠାରେ ଅନଲାଇନ୍ ପାଠପଢ଼ା ଜାରି ରହିବ । ଏହା ସହ ଅନଲକ-୬ରେ ଷ୍ଟାଡିୟମ ଖୋଲିବାକୁ ଅନୁମତି ମିଳିଥିଲେ ବି ଦର୍ଶକଙ୍କ ଏଣ୍ଟ୍ରିକୁ ଅନୁମତି ମିଳିନି । ଶିକ୍ଷାନୁଷ୍ଠାନ ସମେତ ସିନେମା ହଲ୍, ଥିଏଟର, ସ୍ପା, ପାର୍କ ଆଦି ବନ୍ଦ ରହିବ । ରାଜ୍ୟ ସରକାରଙ୍କ ଦ୍ୱାରା ସଂକ୍ରମଣର ଆଗାମୀ ସମୀକ୍ଷା ପରେ ସ୍କୁଲ-କଲେଜ ଖୋଲିବାକୁ ନିଷ୍ପତ୍ତି ନିଆଯିବ ।

Get real time updates directly on you device, subscribe now.