fbpx

ଏତେ ଆକ୍ରମଣାତ୍ମକ ପୂର୍ବତନ ଅଷ୍ଟ୍ରେଲିଆନ କ୍ରିକେଟର ବ୍ରେଟ ଲି!, ନିଜର ପୁଅକୁ ମଧ୍ୟ ଛାଡ଼ିଲେ ନାହିଁ, ଦେଖନ୍ତୁ VIDEO

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟତର ତଥା ବିଶ୍ୱର ଅନ୍ୟତମ ଦ୍ରୁତ ବୋଲର ବ୍ରେଟ ଲିଙ୍କୁ କିଏ ବା ନ ଜାଣେ । ନିଜର ଆକ୍ରମଣାତ୍ମକ ବୋଲିଂରେ ସେ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କ ନିଦ ହଜାଇ ଦେଉଥିଲେ । ତେବେ ଏବେ ବି ଲିଙ୍କର ପୂର୍ବ ବୋଲିଂ ଜଲୱା ଜାରି ରହିଛି ସେ ତାହା ପ୍ରମାଣ କରି ଦେଖାଇଛନ୍ତି । ନିକଟରେ ତାଙ୍କ ପୁଅ ବ୍ୟାଟିଂ କରୁଥିବା ବେଳେ ବୋଲିଂ କରି ଲି ମିଡିଲ୍ ୱିକେଟକୁ ଉଡ଼ାଇ ଦେଇଛନ୍ତି । ଏନେଇ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି ।

ଉକ୍ତ ଭିଡିଓରେ ବ୍ରେଟ ଲି ତାଙ୍କ ପୁଅକୁ ବୋଲିଂ କରୁଥିବା ଦେଖାଯାଉଛି । ୪୫ ବର୍ଷୀୟ ଲି ତାଙ୍କ ପୁତ୍ର ପ୍ରେଷ୍ଟନ ଚାର୍ଲ୍ସଙ୍କୁ ଏକ ୟର୍କର ପକାଇ ମଝି ଷ୍ଟମ୍ପକୁ ଉଡ଼ାଇ ଦେଇଥିଲେ । ସୂଚନାଯୋଗ୍ୟ ଯେ, ଗତ ୨୦୦୩ରେ ଅଷ୍ଟ୍ରେଲିଆକୁ ବିଶ୍ୱବିଜୟୀ କରାଇବାରେ ଲିଙ୍କ ପ୍ରମୁଖ ଭୂମିକା ଥିଲା । ସେ ୧୦ଟି ମ୍ୟାଚରେ ମୋଟ ୨୨ଟି ୱିକେଟ ଅକ୍ତିଆର କରିଥିଲେ । ସେ ୨୨୧ଟି ଏକଦିବସୀୟରେ ୩୮୦ଟି ୱିକେଟ, ୭୬ଟି ଟେଷ୍ଟରେ ୩୧୦ଟି ୱିକେଟ ଓ ୨୫ଟି ଟି-୨୦ରେ ୨୮ଟି ୱିକେଟ ଅକ୍ତିଆର କରିଛନ୍ତି ।

Get real time updates directly on you device, subscribe now.