fbpx

ମନ୍ତ୍ରୀ ପରିଷଦ ବୈଠକରେ ପୂର୍ଣ୍ଣାଙ୍ଗ ବଜେଟକୁ ମିଳିଲା ମଞ୍ଜୁରୀ, ଜୁଲାଇ ୨ରେ ବିଧାନସଭାରେ ହେବ ଆଗତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦର ବୈଠକ ବସିଥିଲା । ନବୀନ ନିଜର ୫ମ ପାଳିରେ ଦ୍ୱିତୀୟ ଥର ମନ୍ତ୍ରିମଣ୍ଡଳ ପୁନର୍ଗଠନ କରିଥିବା ବେଳେ ନୂଆ ମନ୍ତ୍ରିମଣ୍ଡଳର ପୁନର୍ଗଠନର ଆଜି ପ୍ରଥମ ମନ୍ତ୍ରୀ ପରିଷଦ ବୈଠକ ବସିଥିଲା । ଆଜି ମନ୍ତ୍ରୀ ପରିଷଦ ବୈଠକରେ ପୂର୍ଣ୍ଣକାଳୀନ ବଜେଟକୁ ମଞ୍ଜୁରୀ ମିଳିଛି ।

ତେବେ ନବୀନଙ୍କ ନୂଆ କ୍ୟାବିନେଟର ମନ୍ତ୍ରୀମାନେ ଦାୟିତ୍ୱ ନେବା ପରେ ଆଜି ପ୍ରଥମ ମନ୍ତ୍ରୀ ପରିଷଦ ବୈଠକ ବସିଥିଲା । ଲୋକସେବା ଭବନରେ ସନ୍ଧ୍ୟା ୫.୩୦ରେ ଏହି ବୈଠକ ବସିଥିବା ବେଳେ ଏଥିରେ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଓ ବଜେଟ ଉପରେ ଆଲୋଚନା ହୋଇଥଲା ।

ତେବେ ବଜେଟରେ ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ ଓ ଭିତ୍ତିଭୂମି ନିର୍ମାଣ ଉପରେ ପୂର୍ଣ୍ଣାଙ୍ଗ ବଜେଟକୁ ଗୁରୁତ୍ୱ ଦିଆଯାଇଥିଲା । ଏହି ବଜେଟର ଆକାର ୨ ଲକ୍ଷ କୋଟିରୁ ଅଧିକ ରହିଥିଲା । ଆସନ୍ତା ମାସ ୨ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଏହି ପୂର୍ଣ୍ଣାଙ୍ଗ ବଜେଟକୁ ବିଧାନସଭାରେ ଉପସ୍ଥାପିତ କରିବେ । ଗତ ୨୦୧୯ ନିର୍ବାଚନର ପ୍ରତିଶ୍ରୁତିକୁ ଦୃଷ୍ଟିରେ ରଖି ମନ୍ତ୍ରୀ ପରିଷଦ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ମନ୍ତ୍ରୀଙ୍କୁ ବିକାଶର ଏଜେଣ୍ଡା ନେଇ କାମ କରିବାକୁ ଗୁରୁମନ୍ତ୍ର ଦେଇଥିଲେ ।

Get real time updates directly on you device, subscribe now.