fbpx

ଟ୍ରକ ହେଲା ଶରୀର… ‘ଆତ୍ମା’ ହେଲା ଇଞ୍ଜିନ, ଧରିବା ପାଇଁ ପଛରେ ଗୋଡ଼ାଇଲା ଡ୍ରାଇଭର

କୌଣସି ସ୍ଥାନକୁ ଯିବାପାଇଁ ଆମେ ସବୁବେଳେ ରୋଡର ବ୍ୟବହାର କରିଥାନ୍ତି । ଆଉ ସବୁଦିନ କୌଣସି ନା କୌଣସି ସ୍ଥାନରେ ରୋଡ ତିଆରି ହେଉଥିବାର ମିଳିଯିବ । କେଉଁଠାରେ ନୂଆ ତିଆରି ହେଉଥିବ ତ’ କେଉଁଠି ମରାମତି ହେଉଥିବ । ଅନେକ ସମୟରେ ରୋଡ ତିଆରିରେ ଦୁନୀତି ମଧ୍ୟ ଦେଖିବାକୁ ମିଳିବ । ତେବେ ଏଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ଯେଉଁଠାରେ ଏକ ଖରାପ ରୋଡ କ୍ରସ କରୁଥିବାବେଳେ ଘଟିଛି ଅଜବ ଦୁର୍ଘଟଣାର । ଆଉ ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ ଏକ ଖରାପ ରାସ୍ତାରେ ପାଣ ଜମିଯାଇଛି । ଆଉ ଏହି ରୋଡରେ ଏକ ଟ୍ରକ ଯିବାକୁ ଚେଷ୍ଟା କରୁଛି । ଟ୍ରକରେ ଲୋଡ ମଧ୍ୟ ରହିଛି । ମାତ୍ର ଯେମିତି ଟ୍ରକ ବୁଲାଣି ନିକଟରେ ପହଞ୍ଚିଥିଲା ସେତେବେଳେ ଘଟିଥିଲା ଏକ ଅଘଟଣ । ବୁଲାଣି ନିକଟରେ ବୁଲାଇବା ମାତ୍ରେ ଟ୍ରକର ଉପର ଭାଗ ଭାଙ୍ଗିଯାଇଥିଲା । ଆଉ ଟ୍ରକରେ ଥିବା ଲୋଡ୍ ସହ ଡ୍ରାଇଭର ମଧ୍ୟ ତଳେ ଖସିପଡ଼ିଥିଲେ କିନ୍ତୁ ଟ୍ରକର ଅନ୍ୟଭାଗ ଆଗକୁ ବଢ଼ିବାରେ ଲାଗିଥିଲା । ଟ୍ରକକୁ ରୋକିବାକୁ ପଛେ ପଛେ ଦୌଡ଼ୁଥିଲେ ଡ୍ରାଇଭର । ଯାହା ଦେଖିବାକୁ ମଜାଦାର ।

ଏହି ଭିଡିଓକୁ ଫରେଷ୍ଟ ଅଫିସର ସୁଶାନ୍ତ ନନ୍ଦ ଶେୟାର କରିଛନ୍ତି ଏବଂ ଲେଖିଛନ୍ତି ‘ଆତ୍ମାର ଶରୀର ତ୍ୟାଗ ।’ ତେବେ ଲୋକମାନେ ମଧ୍ୟ ଏହି ଭିଡିଓକୁ ପସନ୍ଦ କରୁଛନ୍ତି  ।

 

Get real time updates directly on you device, subscribe now.