fbpx

ଗଡିଲା ୩ ରଥ: ପରମ୍ପରା ଅନୁସାରେ ନୀତିକାନ୍ତି ସହ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀତିକାନ୍ତି ପରେ ଟଣା ହୋଇଛି ୩ ରଥ । ଗତକାଲି ରଥଟଣା ହୋଇଥିଲାବେଳେ ରାଜନଅର ଆଗରେ ଦର୍ପଦଳନ, ମରିଚିକୋଟ ଛକ ପାଖରେ ତାଳଧ୍ୱଜ ଏବଂ ଶ୍ରୀମନ୍ଦିର କିଛିବାଟ ଆଗରେ ମହାପ୍ରଭୁଙ୍କ ନନ୍ଦିଘଘୋଷ ରଥ ଅଟକି ରହିଥିଲା ।

ପରମ୍ପରା ଅନୁସାରେ ଘଣ୍ଟା, ମୃଦଙ୍ଗ, ଝାଞ୍ଜ ବାଦ୍ୟରେ ପ୍ରଥମେ ବଡଠାକୁରଙ୍କ ତାଳଧ୍ୱଜ ରଥ ଟଣାଯାଇଛି । ଏହି ରଥକୁ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ଆଗକୁ ଟାଣିନେଉଛନ୍ତି । ପରେ ମାଆ ସୁଭଦ୍ରଙ୍କ ଦର୍ପଦଳନ ରଥ ଏବଂ ନନ୍ଦିଘୋଷ ରଥ ଟଣା ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରୁଛନ୍ତି ।

୫୩ ବର୍ଷ ପରେ ଏହି ଦୁଲ୍ଲଭ ଯାଗ ଥିବାରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ୨ ଦିନଧରି ରଥଟଣା ନୀତି ଚାଲିିଛି । ଗତକାଲି ଅଣସର ଗୃହରୁ ପହଣ୍ଡି ବିଜେ ହୋଇ ରଥକୁ ଆସିବା ସହ ଭକ୍ତମାନଙ୍କୁ ନବଯୌବନ ଦର୍ଶନ ଦେଇଥିଲେ । ଏହାପରେ ଭାଇଭଉଣୀଙ୍କୁ ନେଇ ସାଙ୍ଗରେ ଧରି ମହାପ୍ରଭୁ ଶ୍ରୀଗୁଣ୍ଡିଚା ଅଭିମୁଖେ ଯାତ୍ରା କରିଥିଲେ ।

Get real time updates directly on you device, subscribe now.