fbpx

ରାମନବମୀରେ ସୃଷ୍ଟି ହେଉଛି ଗଜ କେଶରୀ ଯୋଗ, ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦରେ ଏହି ରାଶିଙ୍କ ଭାଗ୍ୟ ଫେରିବ

ଓଡ଼ିଶା ଭାସ୍କର: ଏଥର ରାମନବମୀ ଏପ୍ରିଲ ୧୭ ବୁଧବାର ପାଳନ କରାଯିବ । ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଚୈତ୍ର ମାସ ଶୁକ୍ଳପକ୍ଷ ନବମୀ ତିଥିରେ ରାମନବମୀ ପାଳନ କରାଯାଇଥାଏ ।
ଏମିତିରେ ତ ଚୈତ୍ର ନବରାତ୍ରୀ ନବମୀ ତିଥି ବହୁତ ଖାସ୍ ହୋଇଥାଏ । କାରଣ ଏହିଦିନ କନ୍ୟା ପୂଜନ ବି କରାଯାଏ ଓ ନବରାତ୍ରୀ ସମାପନ ହୋଇଥାଏ । ଏହି ତିଥିରେ ପ୍ରଭୁ ଶ୍ରୀରାମ ଜନ୍ମ ହୋଇଥିବାରୁ ଏହା ରାମ ନବମୀ ଭାବରେ ପାଳନ କରାଯାଇଥାଏ ।

ଜ୍ୟୋତିଷବିଦ୍‌ଙ୍କ କହିବା ଅନୁଯାୟୀ ଏଥର ରାମନବମୀ ବହୁତ ଖାସ୍ ରହିଛି । କାରଣ ଏଥର ରାମ ନବମୀରେ ଯେଉଁ ସଂଯୋଗ ସୃଷ୍ଟି ହେଉଛି ତାହା ଭଗବାନ ରାମଙ୍କ ଜନ୍ମ ସମୟରେ ବି ସୃଷ୍ଟି ହୋଇଥିଲା । ଏହିଦିନ ଗଜକେଶରୀ ଯୋଗ ପ୍ରଭାବଶାଳୀ ରହିବ ଯାହା ଶ୍ରୀରାମଙ୍କ କୁଣ୍ଡଳୀରେ ଥିଲା । ଏହି କ୍ରମରେ ଆସନ୍ତୁ ଜାଣିବା ଏହି ସମୟ କେଉଁ ରାଶିଙ୍କ ଲାଗି ଶୁଭ ରହିବ ।

ମେଷ:ଏହିଦିନ ଠାରୁ ଆପଣଙ୍କ ଭଲ ଦିନ ଆରମ୍ଭ ହୋଇଯିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ବ୍ୟବସାୟରେ ଧନ ଲାଭ ହେବ । ଆୟ ବୃଦ୍ଧି ହେବ ।
କର୍କଟ: ରାମନବମୀ ଠାରୁ ଆପଣଙ୍କ ଜୀବନରେ ଖୁସିର ସଂଚାର ହେବ । କୌଣସି ନୂଆ କାର୍ଯ୍ୟର ଆରମ୍ଭ କରିବେ । ଅଟକି ରହିଥିବା ଧନ ଫେରି ପାଇବେ । ସମାଜରେ ମାନ ସମ୍ମାନ ମିଳିବ ।
ତୁଳା: ରାମନବମୀ ଠାରୁ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆସିବ । ଚାକିରୀ କ୍ଷେତ୍ରରେ ଭଲ ସୁଯୋଗ ମିଳିବ । ଅଟକି ରହିଥିବା ସମସ୍ତ କାର୍ଯ୍ୟ ପୁରା ହେବ । ଆୟ ବୃଦ୍ଧି ଘଟିବ ।

Get real time updates directly on you device, subscribe now.