fbpx

ଆଈକୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣିଲା ନାତି

ବାରିପଦା (ଭାସ୍କର ନ୍ୟୁଜ୍‌): ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ନିଜ ଆଈକୁ ହାଣି ଦେଲା ନାତି । ଖାଲି ଆଈକୁ ନୁହେଁ, ଆଖି ସାମ୍ନାରେ ଯିଏ ବି ଆସିଲା ତାକୁ ଟାଙ୍ଗିଆ ଧରି ଗୋଡ଼ାଇଲା । ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି ମୟୂରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଉଁଶକଣ୍ଟିଆ ଗାଁରେ । ଶୁକ୍ରବାର ଦ୍ୱିହର ସମୟରେ ଜଣେ ଯୁବକ ପାରିବାରିକ ତିକ୍ତତାକୁ ନେଇ ଘର ଲୋକଙ୍କ ସହ ଝଗଡ଼ା କରିଥିଲା । ଯେଉଁ କାରଣରୁ ଯୁବକଟି ଭୀଷଣ ରାଗି ଯାଇଥିଲା । ପରିଣାମ ସ୍ୱରୂପ ଯୁବକ ଜଣକ ଟାଙ୍ଗିଆରେ ତା’ ଆଈ ମା’କୁ ହାଣି ପକାଇଥିଲା । ଯୁବକ ଜଣକ ପାଖାପାଖି ଘଣ୍ଟାଏ ଧରି ଏଭଳି ଆତଙ୍କ ଖେଳାଇଥିଲା । ଯେଉଁଥିରେ ତା ଆଈ ବ୍ୟତୀତ ଗୋଟିଏ ଛେଳିର ମଧ୍ୟ ମୃତ୍ୟୁ ଘଟିଛି । ଏଭଳି ବିଭତ୍ସ ହତ୍ୟାକାଣ୍ଡ ଦେଖି ଗାଁ ଲୋକ ଭୟଭୀତ ହୋଇଯାଇଥିଲେ । ସେମାନେ ଉନ୍ମକ୍ତ ଯୁବକକୁ କାବୁ କରିପାରିନଥିଲେ । ତେବେ ଏନେଇ ସ୍ଥାନୀୟ ପୋଲିସକୁ ସୂଚନା ଦିଆଯାଇଥିଲା।

Get real time updates directly on you device, subscribe now.