fbpx

ଥାଇଲ୍ୟାଣ୍ଡରେ ଗଞ୍ଜେଇ ଚାଷକୁ ମିଳିଲା ଆଇନଗତ ମାନ୍ୟତା, ଚାଷୀଙ୍କୁ ୧୦ ଲକ୍ଷ ମଞ୍ଜି ବାଣ୍ଟିଲେ ସରକାର

ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡରେ ଗଞ୍ଜେଇ ଚାଷ କରିବା ଆଉ ବେଆଇନ୍‌ ନୁହେଁ । ଏସିଆ ମହାଦେଶର ପ୍ରଥମ ଦେଶ ଭାବେ ଥାଇଲ୍ୟାଣ୍ଡରେ ଗଞ୍ଜେଇକୁ ମିଳିଛି ଆଇନଗତ ମାନ୍ୟତା । ଏଣିକି ଗଞ୍ଜେଇ ଉତ୍ପାଦନ କରିବା ,ଏହାକୁ ରଖିବା ଓ ପରିବହନ କରିବା । ଥାଇଲ୍ୟାଣ୍ଡରେ ଆଉ ଅପରାଧ ନୁହେଁ । ତେବେ ଗଞ୍ଜେଇ କିମ୍ବା ଭାଙ୍ଗକୁ ଅଧିକ ପରିମାଣରେ ନିଶା ପାଇଁ ବ୍ୟବହାର କଲେ ଏଥିପାଇଁ ଜୋରିମାନା ଲାଗୁ ହେବ । ଏ ସମ୍ପର୍କରେ ଥାଇଲ୍ୟାଣ୍ଡର ସ୍ୱାସ୍ଥ୍ୟମନ୍ତ୍ରୀ ଅନୁଟିନ ଚାରନଭିରାକୁଲ ସୂଚନା ଦେଇଛନ୍ତି ।ସେହିପରି ଗଞ୍ଜେଇ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଥାଇଲ୍ୟାଣ୍ଡ ସରାକାର ୧୦ ଲକ୍ଷ ମଞ୍ଜି ମଧ୍ୟ ବାଣ୍ଟିବେ । ଶୁକ୍ରବାର ଠାରୁ ଏହି ପ୍ରକ୍ରିୟା ଆରମ୍ଭ କରାଯାଇଛି ।

ସ୍ୱାସ୍ଥ୍ୟମନ୍ତ୍ରୀ ଚାରନଭିରାକୁଲ କହିଛନ୍ତି, ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ସହ ଏହାକୁ ଆଗକୁ ନେବା ପାଇଁ ଗଞ୍ଜେଇ ଉତ୍ପାଦନକୁ ଆଇନଗତ ମାନ୍ୟତା ଦିଆଯାଇଛି । ତେବେ ଏହାକୁ ନିଶା ପାଇଁ ବ୍ୟବହାର କରିବା ଏବେ ବି ଅପରାଧ । ଏବେ ବି ଦେଶରେ ଗଞ୍ଜେଇ ଜାତୀୟ ଦ୍ରବ୍ୟର ସେବନ ଓ ଚୋରା ଚାଲାଣ ବେଆଇନ ରହିଛି । ତେବେ କୌଣସି ରୋଗର ଚିକିତ୍ସା ପାଇଁ ଗଞ୍ଜେଇ ଓ ହେମ୍ପ ଦ୍ରବ୍ୟର ଉତ୍ପାଦନ ଏବଂ ପରିବହନ କରିବା ବେଆଇନ ନୁହେଁ । ଦେଶରେ ଥିବା କାଫେ ଓ ରେଷ୍ଟୁରାଣ୍ଟ ଗୁଡ଼ିକ ଗଞ୍ଜେଇରୁ ଉତ୍ପାଦନ ହେଉଥିବା ଖାଦ୍ୟ ଓ ପାନୀୟ ପାଇଁ ଲୋକଙ୍କୁ ଦେଇ ପାରିବେ ।

Get real time updates directly on you device, subscribe now.