ପହିଲାରୁ କମିଲା ଗ୍ୟାସ ଦର, ଏଲପିଜି ଗ୍ୟାସ ଦରରେ ହେଲା ବଡ଼ ପରିବର୍ତ୍ତନ

ଶସ୍ତା ହେଲା କମର୍ସିଆଲ ଗ୍ୟାସ।

ନୂଆଦିଲ୍ଲୀ: ଦେଶରେ ଶସ୍ତା ହେଲା କମର୍ସିଆଲ ଗ୍ୟାସ ଦର। ସେପ୍ଟେମ୍ୱର ପହିଲାରୁ କମିଲା ଗ୍ୟାସ ଦର। ଲୋକଙ୍କୁ ମିଳିଲା ଆଶ୍ୱସ୍ତି। ଏଲପିଜି ଗ୍ୟାସ ଦରରେ ହେଲା ବଡ଼ ପରିବର୍ତ୍ତନ।

୧୯ କିଲୋଗ୍ରାମ ଏଲପିଜି ଦରରେ ୫୧.୫୦ ଟଙ୍କା ହ୍ରାସ। ଦିଲ୍ଲୀରେ ବାଣିଜ୍ୟିକ ଗ୍ୟାସ ଦର ୧୫୮୦ ଟଙ୍କା। ହେଲେ ଘରୋଇ ଏଲପିଜି ଗ୍ୟାସ ଦର ଅପରିବର୍ତ୍ତିତ ରହିଛି।

ଯେହେତୁ ଅନ୍ତର୍ଜାତୀୟ ତେଲ ଦର ଉପରେ ଏଲପିଜି ଗ୍ୟାସ୍ ସିଲିଣ୍ଡର ଦର ନିର୍ଭର କରେ। ସେହି ଅନୁସାରେ ଗ୍ୟାସ୍ ଦର ଉପର ତଳ ହେଉଛି। ଯଦି ଦେଖିବା ଗତ ମାସରେ ଏଲପିଜି ଗ୍ୟାସ୍ ଦର ସ୍ଥିର ରହିଥିଲା। ହେଲେ ସେପ୍ଟେମ୍ୱର ମାସ ଆରମ୍ଭ ହେଉ ହେଉ ଗ୍ୟାସ୍ ଦର ଖସିଲା।