fbpx

ଆଜି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଗେଟୱେ ଅଫ୍ ଇଣ୍ଡିଆ, ଜାଣନ୍ତୁ କାରଣ

ମୁମ୍ବାଇ: ଆଜି ଗେଟୱେ ଅଫ୍ ଇଣ୍ଡିଆ ବନ୍ଦ ରହିବ । ମହାବିକାଶ ଅଘାଡ଼ି ଆନ୍ଦୋଳନ ପାଇଁ ପର୍ଯ୍ୟଟକଙ୍କ ପାଇଁ ଗେଟୱେ ଅଫ୍ ଇଣ୍ଡିଆ ବନ୍ଦ ରହିବ । ସିନ୍ଧୁ ଦୁର୍ଗରେ ଛତ୍ରପତି ଶିବାଜୀଙ୍କ ମୂର୍ତ୍ତି ପଡ଼ିଯିବାକୁ ବିରୋଧ କରି ଏହି ଆନ୍ଦୋଳନ ଘୋଷଣା କରିଛନ୍ତି ।
ନିକଟରେ ସିନ୍ଧୁଦୁର୍ଗରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ପଡ଼ିଯିବା କାରଣରୁ ମହାରାଷ୍ଟ୍ରରେ ରାଜନୈତିକ ମାହୋଲରେ ହଲଚଲ ଦେଖାଯାଇଛି । ବିରୋଧୀ ଦଳର ମହାବିକାଶ ଅଘାଡ଼ି ମେଣ୍ଟ (MVA) ଏହି ପ୍ରସଙ୍ଗକୁ ନେଇ ସେପ୍ଟେମ୍ବର ୧ରେ ‘ଜୁତେ ମାରୋ’ ଆନ୍ଦୋଳନ ଘୋଷଣା କରିଥିଲେ । ଏହି ଆନ୍ଦୋଳନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

 

Get real time updates directly on you device, subscribe now.