fbpx

ରାଜସ୍ଥାନରେ ୬୫ ହଜାର କୋଟି ନିବେଶ କରିବ Adani Group: ୪୦୦୦୦ ଲୋକଙ୍କୁ ମିଳିବ ନିଯୁକ୍ତି

ନୂଆଦିଲ୍ଳୀ: ଅଦାନୀ ଗ୍ରୁପ୍ (Adani Group) ରାଜସ୍ଥାନରେ ଆସନ୍ତା ୫-୭ ବର୍ଷରେ ନବୀକରଣଯୋଗ୍ୟ ଶକ୍ତି ସହ ଭିନ୍ନ-ଭିନ୍ନ କ୍ଷେତ୍ରରେ ୬୫ ହଜାର କୋଟି ଟଙ୍କା ନିବେଶ କରିବ । ଅଦାନୀ ଗ୍ରୁପ୍ ଚେୟାରମ୍ୟାନ୍ ଗୌତମ ଅଦାନୀ ଶୁକ୍ରବାର ରାଜସ୍ଥାନ ନିବଶେ ସମ୍ମିଳନୀର ଉଦଘାଟନରେ ଏନେଇ କହିଛନ୍ତି । ଏହା ସହ ସେ କହିଛନ୍ତି ଯେ ଏହାଦ୍ୱାରା ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ଭାବରେ ୪୦ ହଜାର ରୋଜଗାର ସୁଯୋଗ ସୃଷ୍ଟି ହେବ ।

ଅଦାନୀ କହିଛନ୍ତି ଯେ ନବୀକରଣଯୋଗ୍ୟ ଶକ୍ତିରେ ୧୦ ହଜାର ମେଗାୱାଟ୍ କ୍ଷମତାର ପରିଯୋଜନାର କ୍ରିୟାନ୍ୱୟନ ବିଭିନ୍ନ ସ୍ତରରେ ରିହିଛି । ଏଥିରେ ୫୦ ହଜାର କୋଟି ନିବେଶ କରାଯାଉଛି । ସେ ଆହୁରି କହିଛନ୍ତି ଯେ ଏହା ବ୍ୟତୀତ ରାଜ୍ୟରେ ସିମେଣ୍ଟ ପ୍ରସ୍ତୁତି କ୍ଷମତା ଦୁଇଗୁଣା କରିବା ପାଇଁ ୭ ହଜାର କୋଟି ଟଙ୍କା ନିବେଶ କରାଯିବ । ସୂଚନାଯୋଗ୍ୟ, କମ୍ପାନୀ ନିକଟରେ ଅମ୍ବୁଜା ସିମେଣ୍ଟର ଏବଂ ଏସିସି ସିମେଣ୍ଟର ଅଧିଗ୍ରହଣ କରିଛି ।

ଅଦାନୀ କହିଛନ୍ତି ଯେ ରାଜ୍ୟର ଅନ୍ୟ ପରିଯୋଜନାରେ ଜୟପୁର ବିମାନ ବନ୍ଦରକୁ ବୈଶ୍ୱିକ ସ୍ତରର ସୁବିଧା ଯୋଗ୍ୟ କରିବା, ପିଏନଜି ଏବଂ ସିଏନଜି ତଥା ସ୍ୱଚ୍ଛ ଇନ୍ଧନର ଉପଲବ୍ଧତାକୁ ଦ୍ରୁତ ଭାବରେ ବଢ଼ାଇବା ସାମିଲ ରହିଛି । ସେ କହିଛନ୍ତି ଯେ ଉତ୍ପାଦିତ ନବୀକରଣ ଶକ୍ତି ପାଇଁ ନୂଆ ପରିଯୋଜନାର ନିର୍ମାଣ ମଧ୍ୟ କରାଯିବ । ସେ କହିଛନ୍ତି ଯେ ରାଜସ୍ଥାନ ସରକାରଙ୍କ ଅନୂକୂଳ ଉଦ୍ଦ୍ୟୋଗିକ ନୀତି ଦ୍ୱାରା ରାଜ୍ୟ ନିଶ୍ଚିତ ଭାବରେ ଦ୍ରୁତ ଭାବରେ ବିକାଶ କରିବ ।

Get real time updates directly on you device, subscribe now.