ନୂଆଦିଲ୍ଲୀ: ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀ ନ୍ୟୁଜ୍ ଏଜେନ୍ସି(IANS INDIA) କିଣିଲେ । ଏହି ଚୁକ୍ତି ପରେ ଆଦାନୀ ଗ୍ରୁପ୍ ବର୍ତ୍ତମାନ ଆହୁରି ଶକ୍ତିଶାଳି ହୋଇଯାଇଛି । ଏହା ପୂର୍ବରୁ ଗୌତମ ଆଦାନୀ Quintillion Business Media କିଣିଥିଲେ ଯାହାକି BQ Prime ନାମକ ଏକ ଡିଜିଟାଲ ମିଡ଼ିଆ ପ୍ଲାଟଫର୍ମ ଚଳାଉଥିଲା । ଏହା ପରେ ଆଦାନୀ ଗ୍ରୁପ୍ NDTV ର ୬୫% ଶେୟାର କିଣିଥିଲେ ।