ୱାଶିଂଟନ: ଆରବପତୀ ତଥା ଭାରତର ପ୍ରତିଷ୍ଠିତ ଶୀଳ୍ପପତି ଗୌତମ ଆଦାନୀଙ୍କ ନାଁରେ ଆସିଛି ସଙ୍ଗିନ ଅଭିଯୋଗ । ନିଜ କମ୍ପାନୀକୁ କଣ୍ଟ୍ରାକ୍ଟ ମିଳିବା ନେଇ ଗୌତମ ତାଙ୍କ ପୁତୁରାଙ୍କ ସହ ଅନ୍ୟ ୭ ଜଣ ଲାଞ୍ଚ ଦେଇଥିବା ଅଭିଯୋଗରେ କୁହାଯାଇଛି । ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଚ କମିଶନ (ଏସଇସି) ପକ୍ଷରୁ ଏ ଅଭିଯୋଗ ଆସିଛି । ଗୌତମ ଆଦାମୀ, ପୁତୁରା ସାଗର ଆଦାନୀ, ଆଦାନୀ ଗ୍ରୀନ ଏନର୍ଜି ଲିମିଟେଡର ଅଧିକାରୀଙ୍କ ସମେତ ଏଜ୍ୱୋର ପାୱାର ଗ୍ଳୋବାଲ ଲିମିଟେଡ୍ର କାର୍ଯ୍ୟକାରୀ ସିରିଜ କାବେନେସ ବିରୋଧରେ ଏ ଅଭିଯୋଗ ଆସିଛିି । ଗୌତମ, ପୁତୁରା ସାଗର ନିଜ ରିନୁ୍ୟଏବଲ ଏନର୍ଜି କମ୍ପାନୀକୁ କଣ୍ଟ୍ରାକ୍ଟ ମିଳିବା ପାଇଁ ଭାରତୀୟ ସରକାରୀ ଅଧିକାରୀଙ୍କୁ ପାଖାପାଖି ୨୬୫ ମିଲିୟନ ଡଲାର (୨୨୩୬ କୋଟି ଟଙ୍କା) ଲାଞ୍ଚ ଦେଇଛନ୍ତି । ୨୦୨୦ରୁ ୨୦୨୪ ମଧ୍ୟରେ ଏହି ଲାଞ୍ଚ ଦିଆଯାଇଥିବା ଅଭିଯୋଗରେ ଉଲ୍ଲେଖ କରାଯାଇଛି । କଣ୍ଟ୍ରାକ୍ଟ ଜରିଆରେ ୨୦ ବର୍ଷ ଭିତରେ ଆଦାନୀ ଗ୍ରୁପକୁ ୨ ଆରବ ଡଲାରର ଲାଭ ହେବ ବୋଲି ଆକଳନ କରାଯାଇଛି । ଲାଞ୍ଚ ଦେବା ଏବଂ ଏହାକୁ ଲୁଚାଇବା ନେଇ ଦୁଇଟି ଅଭିଯୋଗ ଆଣିଛି ଆମେରିକାର ଏସଇସି ।
ଆମେରିକାର ଅଭିଯୋଗ ପରେ ଘଟଣାର ଜଏଣ୍ଟ ପାର୍ଲାମେଣ୍ଟାରି କମିଟି (ଜେପିସି) ତଦନ୍ତ କରୁ ବୋଲି ଦାବି କରିଛି କଂଗ୍ରେସ । ସେହିପରି ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ପ୍ରିୟ ବ୍ୟବସାୟୀଙ୍କ ଭିତରେ ଭିତିରି ମେଣ୍ଟ ଚାଲିଛି । ଆଦାନୀ ଗ୍ରୁପର ବେଆଇନ ବ୍ୟବସାୟର ତଦନ୍ତ କରାଯାଉ ବୋଲି ୨୦୨୩ରୁ ବିରୋଧୀ ଦାବି କରି ଆସୁଛି ବୋଲି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ।