ପୁଣି କଡ଼ ଲେଉଟାଇଲା ଗେହଲଟ-ପାଇଲଟ୍ ବିବାଦ: ବିଧାୟକଙ୍କ ଇସ୍ତଫାଙ୍କୁ ନେଇ ରାଜନୀତି ସରଗରମ୍

ନୂଆଦିଲ୍ଲୀ, ୧୯ା୫: ଦେଶରେ କରୋନାର ପ୍ରକୋପ ଭୟଙ୍କର ଭାବେ ଜାରି ରହିଥିବା ବେଳେ ରାଜସ୍ଥାନର କଂଗ୍ରେସରେ ସଙ୍କଟ ଦେଖାଦେଇଛି । ପୂର୍ବରୁ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ଶୀତଳ ଯୁଦ୍ଧ ହାଇକମାଣ୍ଡଙ୍କ ପର୍ଯ୍ୟନ୍ତ ଯାଇଥିଲା । ଏବେ କଂଗ୍ରେସ ଦଳର ବରିଷ୍ଠ ବିଧାୟକ ହେମରାମ ଚୌଧୁରୀଙ୍କ ଇସ୍ତଫା ପରେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ହେମରାମଙ୍କ ଗିରଫକୁ ପାଇଲଟ ଗୋଷ୍ଠୀର ବ୍ୟାଟିଂ ବୋଲି କୁହାଯାଉଛି । ଏହି ଘଟଣା ଗେହଲଟଙ୍କ ଶିବିରରେ ସାମାନ୍ୟ ଆତଙ୍କ ଖେଳାଇ ଦେଇଛି । ତେବେ ଏହି ଇସ୍ତଫାକୁ ପାଇଲଟ ଗୋଷ୍ଠୀ ପାର୍ଟି ହାଇକମାଣ୍ଡଙ୍କ ନିକଟରେ ଏକ ବଡ଼ ପ୍ରସଙ୍ଗ କରିପାରନ୍ତି ବୋଲି ଆଶା କରାଯାଉଛି । କଂଗ୍ରେସ ଦଳରେ ଯେ ଅସେନ୍ତାଷ ଓ ବିବାଦ ରହିଛି, ଏହା ବିରୋଧୀ ଗୋଷ୍ଠୀ ମଧ୍ୟ ପ୍ରମାଣିତ କରିବାକୁ ଚେଷ୍ଟା କରିପାରନ୍ତି । ତେବେ ଆଗାମୀ ଦିନରେ ଯଦି ପାଇଲଟ ଗୋଷ୍ଠୀର କିଛି ବିଧାୟକ ଇସ୍ତଫା ପ୍ରଦାନ କରନ୍ତି, ତେବେ ମୁଖ୍ୟମନ୍ତ୍ରୀ ଗେହଲଟ ଅସୁବିଧାରେ ପଡ଼ିବାର ସମ୍ଭାବନା ରହିଛି ।