fbpx

ଲେଫ୍ଟନାଣ୍ଟ ଜେନେରାଲ ରାଜୁ ହେଲେ ସ୍ଥଳସେନା ଉପମୁଖ୍ୟ, ମେ’ ପହିଲାରେ ସମ୍ଭାଳିବେ ଦାୟିତ୍ୱ

Advertisement

ନୂଆଦିଲ୍ଲୀ: ସ୍ଥଳସେନାର ଉପ ମୁଖ୍ୟ ହେବେ ଲେଫ୍ଟନାଣ୍ଟ ଜେନେରାଲ ବିଏସ୍‌ ରାଜୁ । ମେ’ ୧ରେ ସେ ସ୍ଥଳ ସେନାର ଉପ ମୁଖ୍ୟ ଦାୟିତ୍ୱ ନେବେ । ଶୁକ୍ରବାର ତାଙ୍କ ନିଯୁକ୍ତି ଉପରେ ମୋହର ବାଜିଛି । ବିଜାପୁର ସୈନିକ ସ୍କୁଲ ଓ ନ୍ୟାଶନାଲ ଡିଫେନ୍ସ ଏକାଡେମୀରୁ ପାସ୍‌ କରିଥିବା ଲେଫ୍ଟନାଣ୍ଟ ଜେନେରାଲ ବିଏସ୍‌ ରାଜୁ ୧୯୮୪ ମସିହା ଡିସେମ୍ବର ୫ରେ ଜାଠ ରେଜିମେଣ୍ଟରେ ସାମିଲ ହୋଇଥିଲେ । ଏଲଏସି ବିବାଦ ସମୟରେ ଲେଫ୍ଟନାଣ୍ଟ ଜେନେରାଲ ବିଏସ୍‌ ରାଜୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

ଅପରେସନ ପରାକ୍ରର୍ମ ବେଳେ ସେ ନିଜ ବାଟାଲିୟନର ନେତୃତ୍ୱ ନେଇ ଜମ୍ମୁ-କଶ୍ମୀରରେ କାମ କରିଛନ୍ତି । ଏପ୍ରିଲ ୩୦ରେ ବର୍ତ୍ତମାନ ସ୍ଥଳସେନା ମୁଖ୍ୟ ଭାବେ କାମ କରୁଥିବା ଜେନେରାଲ ମନୋଜ ମୁକୁନ୍ଦ ନରଭାଣେଙ୍କ କାର୍ଯ୍ୟକାଳ ଶେଷ ହେବ । ଏହାପରେ ହିଁ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ଦେଶର ସେନାଧ୍ୟକ୍ଷ ହେବେ । କ୍ରପ୍ସ ଇଞ୍ଜନିୟର୍ସର ପ୍ରଥମ ଅଫିସର ଭାବେ ଜେନେରାଲ ମନୋଜ ପାଣ୍ଡେ ଦେଶର ସ୍ଥଳ ସେନା ହେବାର ରେକର୍ଡ ମଧ୍ୟ କରିବେ।

Get real time updates directly on you device, subscribe now.