fbpx

ରୁକ୍ମିଣୀଙ୍କୁ ବିବାହ କରିବେ ମହାପ୍ରଭୁ, ସ୍ୱତନ୍ତ୍ର ନୀତି ଲାଗି ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

Advertisement

ଭୁବନେଶ୍ୱର:ଅପରାହ୍ମ ୧ଟାରୁ ୫ଟା ପର୍ୟ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଦର୍ଶନ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ । କାରଣ ଆଜି ହେଉଛି ଏକାଦଶୀ ତିଥି । ଏହି ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ରୁକ୍କିଣୀଙ୍କୁ ବିବାହ କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଚୂଡାନ୍ତ ହୋଇଛି । ବିବାହ ଉତ୍ସବକୁ ଧୁମଧାମରେ ପାଳନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପୁରା ପ୍ରସ୍ତୁତ । ସକାଳୁ ଦ୍ୱାରଫିଟା ପରେ ବାଜୁଛି ତେଲିଙ୍ଗି ବାଜା ସହ ଶଙ୍ଖମହୁରୀ ।

ଏହି ଅବସରରେ ରଥକୁ ବିମାନବଡୁମାନେ କୁର୍ମବେଢ଼ାସ୍ଥିତ ବିମଳା ଠାକୁରାଣୀଙ୍କ ମନ୍ଦିର ନିକଟରେ ରଖନ୍ତି । ଶ୍ରୀଦେବୀ ପାଲିଙ୍କିରେ ବିଜେ ହୋଇ ମହାଲକ୍ଷ୍ମୀ ମନ୍ଦିରରୁ ମାହାରୀଙ୍କୁ ସାଙ୍ଗରେ ନେଇ ଗ୍ରାମ ଦେବତୀ ପୂଜା କରିବାକୁ କୁର୍ମବେଢ଼ାସ୍ଥିତ ବିମଳା ମା’ଙ୍କ ମନ୍ଦିର  ଆସନ୍ତି । ସେଠାରେ ପର୍ବଯାତ୍ରା ଯୋଗଣିଆ ସେବକ ଯୋଗାଇଥିବା ସାମଗ୍ରୀମାନ ବିମଳାଙ୍କ ଶ୍ରୀଅଙ୍ଗରେ ସ୍ପର୍ଶ ହୋଇ ଭିତରଛ ମହାପାତ୍ର ବିମଳାଙ୍କୁ ଗ୍ରାମଦେବତୀ ଭାବରେ ପୂଜାର୍ଚ୍ଚନା, ମହାସ୍ନାନ, ମାଜଣା ଓ ପ୍ରସାଦ ଲାଗି କରନ୍ତି । ଗ୍ରାମଦେବତୀ ବିମଳାଙ୍କ ପୂଜା ଶେଷ ହେବା ପରେ ବିମଳାଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ରୁକ୍ମିଣୀଙ୍କୁ ଦିଆଯାଇଥାଏ ।
ରୁକ୍ମିଣୀ ବିମଳାଙ୍କ ପୂଜାର୍ଚ୍ଚନା ସାରି ବାହାରକୁ ଫେରିବା ବାଟରେ ସେଠାରେ ଆଗରୁ ମଦନମୋହନ ଲୁଚି ରହିଥାନ୍ତି ଓ ସେ ଶ୍ରୀଦେବୀଙ୍କୁ ହରଣ କରନ୍ତି । ଭାଇ ରୁକ୍ମୀ ବାଧା ଦେବାରୁ ଶ୍ରୀକୃଷ୍ଣ ଯୁଦ୍ଧ କରିବାଦ୍ୱାରା ଶରାଘାତରେ ରୁକ୍ମୀଙ୍କୁ ମୁର୍ଚ୍ଛିତ ହୁଅନ୍ତି । ରୁକ୍ମିଣୀ ମଦନମୋହନଙ୍କ ସହ ରଥରେ ଆସୁଥିବା ସମୟରେ ସରସ୍ୱତୀଙ୍କ ମନ୍ଦିର ଆଗରେ ଶିଶୁପାଳ ବାଧା ଦେବାରୁ ଯୁଦ୍ଧରେ ଶ୍ରୀକୃଷ୍ଣ ତାଙ୍କୁ ପରାସ୍ତ କରନ୍ତି ଓ ପରେ ତାଙ୍କୁ ରଥରେ ବାନ୍ଧି ଦିଅନ୍ତି ।

ଦକ୍ଷିଣ ଘରୁ ବଡ଼ଭାଇ ଶ୍ରୀବଳଭଦ୍ର(ଶ୍ରୀ ବଳରାମ) ଯୁଦ୍ଧକୁ ରଥରେ ବିଜେ ହୋଇ ଆସନ୍ତି ହେଲେ ଭଗ୍ଣୀ ରୁକ୍ମିଣୀଙ୍କ ଅନୁରୋଧ ରକ୍ଷା କରି ଭାଇ ଶିଶୁପାଳକୁ ବଳଭଦ୍ର ବନ୍ଧନରୁ ମୁକ୍ତ କରି ଦକ୍ଷିଣ ଘରକୁ ଫେରିଆସନ୍ତି। ଏହାପରେ ରୁକ୍ମିଣୀ ଓ ଶ୍ରୀକୃଷ୍ଣଙ୍କୁ ପନ୍ତିଭୋଗ କରାଯାଇ ବିବାହ ମଣ୍ଡପରେ ବିଜେ ପୂଜକ ଶ୍ରୀଜୀଉମାନଙ୍କୁ ଚନ୍ଦନ ଲାଗି କରାଇଥାନ୍ତି । ଶ୍ରୀ କୃଷ୍ଣ ମାଧବପୁରଠାରେ ପ୍ରଥମ ପାଟରାଣୀ ରୁକ୍ମିଣୀଙ୍କୁ ବିବାହ କରିଥିବା କଥା କୁହାଯାଏ ।

 

Get real time updates directly on you device, subscribe now.