ମେଟ୍ରୋରେ କେବଳ ଇଣ୍ଟରଭ୍ୟୁ ଦେଇ ପାଆନ୍ତୁ ଚାକିରି, ପ୍ରତିମାସରେ ଦରମା ୨ଲକ୍ଷ

ନୂଆଦିଲ୍ଲୀ: ମେଟ୍ରୋ ସଂଚାଳନ କରୁଥିବା କମ୍ପାନୀରେ ଆପଣ ବିନା ପରୀକ୍ଷାରେ ଚାକିରି କରିପାରିବେ । ଏଥିରେ କେବଳ ଇଣ୍ଟରଭ୍ୟୁ ଦେଇ ଚାକିରି କରିବାର ସୁଯୋଗ ରହିଛି । କହିବାକୁ ଗଲେ ମହାରାଷ୍ଟ୍ର ମେଟ୍ରୋ ରେଳ କର୍ପୋରେସନ ଲିମିଟେଡ ତରଫରୁ ମ୍ୟାନେଜର ପଦବୀ, ଡ଼େପୁଟି ଇଞ୍ଜିନିୟର ସମେତ ବିଭିନ୍ନ ପଦବୀରେ ନିଯୁକ୍ତି ବାହାରିଛି । ଆଶାବାଦୀ ମାନେ ଆବେଦନ କରିପାରିବେ । ଏଥିରେ ଖାସ କଥା ହେଉଛି ବିନା ପରୀକ୍ଷାରେ ଆପଣ ଚାକିରି ପାଇପାରିବେ । କେବଳ ଇଣ୍ଟଭ୍ୟୁ ଦ୍ୱାରା ଆଶାବାଦୀ ସିଲେକସନର ସୁଯୋଗ ରହିଛି ।

ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ୫ ଡିସେମ୍ବରରୁ ଆରମ୍ଭ ହୋଇଛି । ଏଥି ସହିତ, ଆବେଦନ କରିବାର ଶେଷ ତାରିଖ ଜାନୁଆରୀ ୧୮ରେ ସ୍ଥିର କରାଯାଇଛି । ପ୍ରାର୍ଥୀମାନେ MMRCL, mmrcl.com ର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରି ଆବେଦନ ଫର୍ମ ଦାଖଲ କରିପାରିବେ ।

ଏହି ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଭାବରେ ସଂପୃକ୍ତ ଅନୁଶାସନରେ ଇଞ୍ଜିନିୟରିଂ ଡିଗ୍ରୀ ରଖାଯାଇଛି । ଅବଶ୍ୟ, ଜେନେରାଲ୍ ମ୍ୟାନେଜର୍ ଆକାଉଣ୍ଟସ୍ ପଦବୀ ପାଇଁ, ଗ୍ରାଜୁଏସନ୍ ସହିତ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟର ଫାଇନାନ୍ସରେ MBA ଆବଶ୍ୟକ । ବିଜ୍ଞପ୍ତିରୁ ସମ୍ପୂର୍ଣ୍ଣ ଶିକ୍ଷାଗତ ଯୋଗ୍ୟତା ନୋଟିଫିକେସନ ଦ୍ୱାରା ସଂଗ୍ରହ କରନ୍ତୁ । ତେବେ ବିଭିନ୍ନ ପଦବୀ ପାଇଁ ୩୫,୨୦୦ ରୁ ୨,୮୦,୦୦୦ ଟଙ୍କା ପର୍ଯ୍ୟନ୍ତ ଦରମା ସ୍ଥିର କରାଯାଇଛି।