ହିଟ୍ୱେଭରେ ଅଂଶୁଘାତରୁ ମିଳିବ ମୁକ୍ତି: ଆପଣାନ୍ତୁ ଏହି ସବୁ ଉପାୟ
ନୂଆଦିଲ୍ଳୀ: ଅଂଶୁଘାତକୁ କିଛିଯାଗାରେ ସୂର୍ଯ୍ୟାଘାତ କୁହାଯାଏ । ପ୍ରଖର ସୂର୍ଯ୍ୟକିରଣରେ ଅଧିକ ସମୟ ରହି ସଂଜ୍ଞାହୀନ ହୋଇଯିବା, ଅତ୍ୟଧିକ ସୂର୍ଯ୍ୟତାପ ବା ଟାଣଖରାର ପ୍ରଭାବ ଶରୀରରେ କେତେକ ଅପକ୍ରିୟା ସୃଷ୍ଟି କରି ମଣିଷକୁ ବେଳେ ବେଳେ ଭୀଷଣ ଅସୁସ୍ଥ କରିଦିଏ ଯାହାକୁ ଅଂଶୁଘାତ ବା Sun stroke ବୋଲି ଆମେ କହିଥାଉ ।
ଏହାର କାରଣ:
ତାପ ନିୟନ୍ତ୍ରଣ କରିବାପାଇଁ ଆମ ଶରୀରରେ ଅନ୍ତନିହିତ ବ୍ୟବସ୍ଥା ଥାଏ । ମସ୍ତିଷ୍କ୍ତରେ Hypothalamusରେ ଥିବା ସ୍ନାୟୁକୋଷମାନେ ଶରୀରର ତାପମାତ୍ରା ନିୟନ୍ତ୍ରଣ କରନ୍ତି । ଫ୍ରିଜରେ ଯେଉଁଭଳି ଏକ Thermostart ଥାଏ ଯାହାକି ତାପମାତ୍ରା ନିୟନ୍ତ୍ରଣ କରେ ଠିକ୍ ସେହିଭଳି ମସ୍ତିଷ୍କର Hypothalamus ଟା Thermostat ଭାବରେ କାର୍ଯ୍ୟ କରେ । ଫଳରେ ଶରୀରର ତାପାମାତ୍ରା ଶୀତ ଓ ଖରାଦିନ 37C ବା 98ଡିଗ୍ରୀ ଫାରେନହିଟରେ ରହିଥାଏ ।କିନ୍ତୁ ପ୍ରଖର ତାପ ଦ୍ବାରା ବା ଉତ୍ତପ୍ତ ପରିବେଶରେ ରହିଲେ ଦେହର ଏହା ତାପ ନିୟନ୍ତ୍ରଣ କରିବା ବ୍ୟବସ୍ଥା ଅସମ୍ଭବ ହେଇଯାଏ । ତେଣୁ ଶରୀରର ତାପମାତ୍ରା ଖୁବ୍ ବଢିଯାଏ ।ଏପରିକି ୧୦୫ ଡିଗ୍ରୀ ରୁ ୧୦୬F ହୋଇଯାଏ ଏବଂ ଦେହରୁ ଝାଳ ବୋହିବା ବନ୍ଦ ହେଇଯାଏ ।
ଏହାର ଲକ୍ଷଣ:
ରୋଗୀ କ୍ଲାନ୍ତ ଅନୁଭବ କରେ ।.
ଦେହ ଶୁଷ୍କ ଓ ଉତ୍ତପ୍ତ ହୁଏ ।
ହୃଦୟର ସ୍ପନ୍ଦନ ଦ୍ରୁତଗତିରେ ଚାଲେ ।
ଦେହ ବିଚଳିତ ହୋଇପଡେ ।
ପ୍ରଚଣ୍ଡ ମୁଣ୍ଡ ବୁଲାଏ ଓ ନିଶ୍ବାସ ପ୍ରଶ୍ବାସରେ ବାଧାପ୍ରାପ୍ତ ହୁଏ ।
ମୁହଁ ଶ୍ବେତା ଦେଖାଯାଏ ଏବଂ ଆକ୍ରାନ୍ତ ବ୍ୟକ୍ତି ମୁର୍ଛାଯାଏ ।.
କିଛିକିଛି ଯାଗାରେ ରୋଗୀକୁ ବାତ ମାରେ
ଚିକିତ୍ସା:
ଏସବୁ ଲକ୍ଷଣ ଦେଖାଯିବ ମାତ୍ରେ ବିଳମ୍ବ ନକରି ସେମାନଙ୍କୁ ଶୀତଳ ଚିକିତ୍ସା କରିବା ଉଚିତ୍ ।
ରୋଗୀକୁ ଥଣ୍ଡା ବା ଛାଇ ସ୍ଥାନକୁ ନେଇଯିବା ।
ଦେହରୁ ସମସ୍ତ ପୋଷାକ ବାହର କରି ଓଦା କପଡାରେ ପୋଛିଦେବ ଏବଂ ଲୁଗା ଘୋଡେଇ ମଝିରେ ମଝିରେ ଥଣ୍ଡାପାଣି ଢାଳିବା ଉଚିତ୍ ।
ପାଣିରେ ଅଳ୍ପଲୁଣ ଓ ଚିନି ମିଶେଇ ଯଥେଷ୍ଟ ପରିମାଣରେ ପିଇବାକୁ ଦେବ ।
ଯଦି ORS ବା Glucon -D ଥିବ ପାଖରେ ସଙ୍ଗେ ସଙ୍ଗେ ତାହାକୁ ପ୍ରସ୍ତୁତ କରି ଦେବା ।
ସାବଧାନତା:
ଅତ୍ୟାବଶ୍ୟକୀୟ କାମ ନଥିଲେ ଘରୁ ବାହାରକୁ ବାହାରନ୍ତୁ ନାହିଁ । ଯଦି ବି ଯାଉଛନ୍ତି ତେବେ ଧଳା ପତଳାସୂତା ପୋଷାକ ବ୍ୟବହାର କରନ୍ତୁ । ଚଷମା,ଛତା, ଜୋତା,ପଗଡି ବା ଓଦା ଗାମୁଛା ବ୍ୟବହାର କରନ୍ତୁ । ଯଥେଷ୍ଟ ପାଣି ପିଇବା ସହ ସାଙ୍ଗରେ ପାଣି, ପଣା, ସର୍ବତ ORS GLUCON D ନେଇକି ଯାନ୍ତୁ । ଏସବୁ କିଛି ନଥିଲେ ତୋରାଣି ବା ପଖାଳ ରେ ଯେଉ ପାଣୀ ବାହାରେ ତାକୁ ବି ସାଗରେ ନେଇପାରିବେ ଅତ୍ୟନ୍ତ ଲାଭଦାୟକ ।
ମଧୁମେୟ ରୋଗୀ ବା ବୃଦ୍ଧମାନେ,ଛୋଟଛୁଆ ମାନେ,ଇମୁନୋକମ୍ପ୍ରମାଇଜ୍ ଥିବା ମଣିଷମାନଙ୍କ ପାଇଁ ଏହା HIGH RISK ରେ ଯାଏ ତେଣୁ ସତର୍କ ଅବମଲ୍ବନ କରିବା ଉଚିତ୍ ।
ଖାସ୍ କରି ମଧୁମେୟ DIABETIC ରୋଗୀ ଲୁଣ ଚିନି ମିଶ୍ରିତ ପାଣି ସାଙ୍ଗରେ ଧରିଥିବେ କାରଣ ଅତ୍ୟଧିକ ଝାଳ ବୋହିବା ଦ୍ବାରା ସୁଗାର ପରିମାଣ ହ୍ରାସ ପାଇଥାଏ !!!
ରୋଗୀର କଣ୍ଡିସନ ନସୁଧୁରିଲେ ତୁରନ୍ତ ହସ୍ପଟାଲ ନିଅନ୍ତୁ ।