fbpx

୩୧ ମାର୍ଚ୍ଚ ପୂର୍ବରୁ ସାରିଦିଅନ୍ତୁ ଏହି କାମ, ନଚେତ୍ ବନ୍ଦ ହୋଇଯିବ ବ୍ୟାଙ୍କିଙ୍ଗ୍ ସେବା

ନୂଆଦିଲ୍ଲୀ : ଦେଶର ସବୁଠାରୁ ବଡ଼ ପବ୍ଲିକ ସେକ୍ଟର ବ୍ୟାଙ୍କ ଏସବିଆଇ ଗ୍ରାହକଙ୍କ ପାଇଁ ଏକ ସତର୍କ ସୂଚନା ଜାରି କରିଛି । ଏ ବାବଦରେ ବ୍ୟାଙ୍କ ଏକ ଟ୍ୱିଟ୍ କରିଛି । ଟ୍ୱିଟରେ ବ୍ୟାଙ୍କ ନିଜର ଆକାଉଣ୍ଟଧାରୀମାନଙ୍କୁ ୩୧ ମାର୍ଚ୍ଚ ୨୦୨୨ ପୂର୍ବରୁ ପାନ-ଆଧାର କାର୍ଡ ଲିଙ୍କ କରିବାକୁ ନୋଟିସ କରିଛି । ଏହି ସମୟସୀମା ପର୍ଯ୍ୟନ୍ତ ଯେଉଁମାନେ ଏହି କାମକୁ ନକରନ୍ତି, ତେବେ ତାଙ୍କର ବ୍ୟାଙ୍କ ସେବା ବନ୍ଦ ହୋଇପାରେ । ଏଥିରେ ତାଙ୍କର ବଡ଼ କ୍ଷତି ହୋଇପାରେ ବୋଲି ବ୍ୟାଙ୍କ କହିଛି ।

ଇନକମ ଟ୍ୟାକ୍ସ ନିୟମ ଅନୁସାରେ, ଆଧାର କାର୍ଡ ସହିତ ପାନକୁ ଲିଙ୍କ୍ କରିବା ଏବେ ବାଧ୍ୟତାମୂଳକ କରାଯାଇଛି । ଏପରି ପରିସ୍ଥିତିରେ ଯଦି କେହି ନିଜର ପାନକୁ ଆଧାର ସହିତ ଲିଙ୍କ୍ କରିନାହାଁନ୍ତି, ତେବେ ତାଙ୍କର ପାନ୍ କାର୍ଡ ଅବୈଧ ହୋଇଯିବ ।

ଗ୍ରାହକଙ୍କୁ ଏହି ବଡ ଅସୁବିଧାରୁ ରକ୍ଷା କରିବା ପାଇଁ ଏସବିଆଇ ଏକ ସତର୍କ ସୂଚନା ଜାରି କରି କହିଛି ଯେ, ଆପଣମାନେ ପାନ କାର୍ଡ ଏବଂ ଆଧାର କାର୍ଡକୁ ଯଥାଶୀଘ୍ର ଲିଙ୍କ କରିନିଅନ୍ତୁ । ଅନ୍ୟଥା, ଅବୈଧ ପାନ୍ କାର୍ଡ ହେତୁ ଆପଣଙ୍କର ବ୍ୟାଙ୍କିଙ୍ଗ୍ ସେବା ବନ୍ଦ କରିବ ବ୍ୟାଙ୍କ । ତେଣୁ ମାର୍ଚ୍ଚ ୩୧ ପୂର୍ବରୁ ଏହି କାର୍ଯ୍ୟ ସମାପ୍ତ ହେବା ଜରୁରୀ ।

ତେବେ ପାନ୍ କାର୍ଡ ଏବଂ ଆଧାର କାର୍ଡକୁ ସଂଯୋଗ କରିବାର ଶେଷ ସମୟ ସୀମା ପୂର୍ବରୁ ୩୦ ସେପ୍ଟେମ୍ବର ୨୦୨୧ ଥିଲା । ଲୋକଙ୍କ ସୁବିଧା ପାଇଁ ଏହାକୁ ସରକାର ୩୧ ମାର୍ଚ୍ଚ ୨୦୨୨ କୁ ବୃଦ୍ଧି କରିଥିଲେ । ଏହାର ଅର୍ଥ ହେଉଛି ଯଦି ଆପଣ ଏହି ସମୟ ସୁଦ୍ଧା ଆପଣଙ୍କର ପାନ୍ କାର୍ଡକୁ ଆଧାର ସହିତ ଲିଙ୍କ୍ ନକରନ୍ତି, ତେବେ ଆପଣଙ୍କର ବ୍ୟାଙ୍କିଙ୍ଗ୍ ସେବା ବନ୍ଦ ହୋଇଯିବ ।

ଏହି ଉପାୟରେ ପାନ୍ ସହିତ ଆଧାର କରନ୍ତୁ ଲିଙ୍କ୍:

୧. ସର୍ବପ୍ରଥମେ ଇନକମ ଟ୍ୟାକ୍ସ ୱେବସାଇଟ https://www.incometaxindiaefiling.gov.in/homeକୁ ଯାଆନ୍ତୁ ।

୨. ଆଧାର କାର୍ଡରେ ଦିଆଯାଇଥିବା ନାମ, ପାନ୍ ନମ୍ବର ଏବଂ ଆଧାର ନମ୍ବର ଏଣ୍ଟର୍ କରନ୍ତୁ ।

୩. ଆଧାର କାର୍ଡରେ ଯଦି କେବଳ ଜନ୍ମ ବର୍ଷ ଦିଆଯାଇଥାଏ ତେବେ ସ୍କାଆର୍ ରେ ଟିକ୍ କରନ୍ତୁ ।

୪. ଏବେ କ୍ୟାପଚା କୋଡ୍ ପ୍ରବେଶ କରାନ୍ତୁ ।

୫. ବର୍ତ୍ତମାନ ଲିଙ୍କ୍ ଆଧାର ବଟନ୍ ଉପରେ କ୍ଲିକ୍ କରନ୍ତୁ ।

୬. ଆପଣଙ୍କର ପାନ୍ ଆଧାର ସହିତ ଲିଙ୍କ୍ ହେବ ।

ଆପଣ ମାନେ ଏସଏମଏସ୍ ଜରିଆରେ ମଧ୍ୟ ଲିଙ୍କ୍ କରିପାରିବେ । ଏସଏମଏସ୍ ଜରିଆରେ ଫୋନ୍ ମାଧ୍ୟମରେ ଲିଙ୍କ୍ କରିବାକୁ ଚାହୁଁଥିଲେ ଫୋନରେ UIDPAN ଟାଇପ୍ କରି ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ପ୍ରବେଶ କରନ୍ତୁ । ତା’ପରେ ୧୦ ଅଙ୍କ ବିଶିଷ୍ଟ ପାନ୍ ନମ୍ବର ପ୍ରବେଶ କରନ୍ତୁ । ବର୍ତ୍ତମାନ ଷ୍ଟେପ୍ ୧ ରେ ୫୬୭୬୭୮ କିମ୍ବା ୫୬୧୬୧ ରେ ମେସେଜ୍ ପଠାଇଦିଅନ୍ତୁ ।

Get real time updates directly on you device, subscribe now.