fbpx

Video: ଖଚାଖଚ୍ ଭିଡ଼ ଥିବା ବସରେ ଏପରି ଷ୍ଟାଇଲରେ ପଶିଲେ ଯୁବତୀ, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆ ଏପରି ଏକ ପ୍ଲାଟଫର୍ମ ଯେଉଁଠାରେ ଏପରି କିଛି ଦେଖିବାକୁ ମିଳିଯାଏ, ଯାହା ବିଷୟରେ ଆପଣ କେବେ କଳ୍ପନା ମଧ୍ୟ କରିନଥିବେ । କିଛି ଭିଡିଓ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦିଏ । ଏପରି ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି, ଯାହାକି ଜଣେ ଯୁବତୀଙ୍କ ସହ ଜଡ଼ିତ । ସେଥିରେ ଦେଖିବାକୁ ମିଳିଛି କି ବସରେ ସିଟ୍ ନମିଳିବାରୁ ଯୁବତୀ ଏପରି କଳା ପ୍ରଦର୍ଶନ କରିଛନ୍ତି କି, ତାଙ୍କୁ ବସ୍ ମିଳିଯାଇଛି । ଏପରି ଦୃଶ୍ୟ ଦେଖି ସେଠାରେ ଉପସ୍ଥିତ ଥିବା ଲୋକ ଆଶ୍ଚର୍ଯ୍ୟ ହୋଇଥିଲେ ।

ଭିଡିଓରେ ଦେଖିବାକୁ ମିଳିଛି କି, ବସ୍ ଷ୍ଟପରେ ଅନେକ ଯାତ୍ରୀ ବସକୁ ଅପେକ୍ଷା କରି ଠିଆ ହୋଇଛନ୍ତି । କିଛି ସମୟ ପରେ ସେଠାରେ ବସ୍ ପହଞ୍ଚିଛି ଓ ଲୋକମାନେ ଚଢ଼ିବାକୁ ଲାଗିଛନ୍ତି । ସେତିକିବେଳେ କ୍ୟାମେରା ଜଣେ ଯୁବତୀଙ୍କ ଉପରେ ଫୋକସ୍ କରାଯାଇଛି । ଯୁବତୀ ଜଣକ ଭିଡ ଯୋଗୁଁ ବସରେ ଚଢ଼ିପାରି ନଥିଲେ । ପରବର୍ତ୍ତୀ ମୂହୁର୍ତ୍ତରେ ଯୁବତୀ ଜଣକ ଦୌଡ଼ିଯାଇ ବସର ରେଲିଂ ଧରିପକାଇଲେ ଓ ବସ ଭିତରକୁ ପଶିଗଲେ ।

ସେଠାରେ ଉପସ୍ଥିତ ଥିବା ଲୋକ ଏପରି ଦୃଶ୍ୟ ଦେଖି ନିଜ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ । ଯୁବତୀଙ୍କ ଏହି ଭିଡିଓ ‘ଘଣ୍ଟା’ ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅପଲୋଡ ହୋଇଛି । ଭିଡିଓଟି ଖୁବ୍ ଭାଇରାଲ ହେଉଥିବା ବେଳେ ଲୋକମାନେ ଏଥିରେ ବିଭିନ୍ନ କମେଣ୍ଟ ଦେଉଥିବା ଦେଖିବାକୁ ମିଳୁଛି ।

 

View this post on Instagram

 

A post shared by memes comedy (@ghantaa)

Get real time updates directly on you device, subscribe now.