fbpx

ଯୁବତୀଙ୍କ ଠୁମକା ଦେଖି ରାଗିଗଲା ଷଣ୍ଢ: Video ଦେଖି ଆପଣ ବି କହିବେ- ‘ଏମିତି ତ ହେବାର ଥିଲା’

ନୂଆଦିଲ୍ଲୀ: ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହେଉଛି । ଲୋକମାନେ ନିଜକୁ ଫେମସ୍ କରିବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ । ଇଣ୍ଟରନେଟରେ ଅଧିକାଂଶ ଯୁବପିଢ଼ି ରିଲ୍ ଏବଂ ଭିଡିଓ ମାଧ୍ୟମରେ ଚର୍ଚ୍ଚା ପରିସରକୁ ଆସୁଛନ୍ତି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏକ ଭିଡିଓ, ଯାହାକୁ ଦେଖି ଆପଣଙ୍କୁ ହସି ହସି ଗଡ଼ିଯିବେ ।

ଭାଇରାଲ ଭିଡିଓରେ ଜଣେ ଯୁବତୀ ଷଣ୍ଢ ସାମ୍ନାରେ ମଜା ନେଇ ଭିଡିଓ କରୁଥିଲେ । ସେହି ସମୟରେ ଏପରି କିଛି ଘଟିଲା, ଯାହାକୁ ନେଇ ଆପଣ ହସି ପକାଇବେ । ଭିଡିଓର ଆରମ୍ଭରେ ଯୁବତୀ ଭିଡିଓ କରିବା ପାଇଁ ଷଣ୍ଢ ଆଗରେ ଠିଆ ହୋଇ ପୋଜ୍ ଦେଇ ହସିଥିଲେ ଓ ପରେ ଡ୍ୟାନ୍ସ କରିବା ଆରମ୍ଭ କରିଥିଲେ । ବୋଧହୁଏ ଷଣ୍ଢକୁ ଏସବୁ ପସନ୍ଦ ଆସିଲା ନାହିଁ ଓ ପରବର୍ତ୍ତୀ ମୁହୂର୍ତ୍ତରେ ଯୁବତୀଙ୍କ ଆଡକୁ ମାରିବାକୁ ମାଡ଼ିଯାଇଥିଲା । ଯୁବତୀ ମଧ୍ୟ ଆଗକୁ ଦୌଡ଼ିବାକୁ ବାଧ୍ୟ ହୋଇଥିଲେ ।

ଏହି ମଜାଳିଆ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ‘bhutni_ke_memes’ ନାମିତ ଏକ ଆକାଉଣ୍ଟରୁ ସେୟାର କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଇଣ୍ଟରନେଟରେ ଏହି ଭିଡିଓରେ ୧୦ ହଜାରରୁ ଅଧିକ ଲୋକ ଦେଖିସାରିଛନ୍ତି । ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରନ୍ତି । ଭିଡିଓ ଦେଖିବା ପରେ ୟୁଜର୍ସମାନେ ମଜାଳିଆ କମେଣ୍ଟ ଦେଉଥିବା ଦେଖିବାକୁ ମିଳୁଛି ।

 

View this post on Instagram

 

A post shared by Bhutni_ke (@bhutni_ke_memes)

Get real time updates directly on you device, subscribe now.