fbpx

ପ୍ରେମ ହେବ ତ ଏମିତି! HIV ପଜିଟିଭ ପ୍ରେମିକର ଭଲପାଇବା ପ୍ରମାଣ କରିବାକୁ ଯୁବତୀ ନେଲେ ଏହି ପଦକ୍ଷେପ

HIV ସଂକ୍ରମଣ କେତେ ଭୟଙ୍କର ହୋଇପାରେ, ଏ ବିଷୟରେ କିଏ ବା ନ ଜାଣେ । କେବଳ ସେତିକି ନୁହେଁ, ସାମାନ୍ୟ ଅସାବଧାନତା ଯୋଗୁଁ ଏହି ଭାଇରସ ଶରୀରରେ ଖୁବ କ୍ଷତି ପହଞ୍ଚାଇଥାଏ । ତେଣୁ ପୃଥିବୀର କୌଣସି ବ୍ୟକ୍ତି ଏହି ଭାଇରସରେ ସଂକ୍ରମିତ ହେବାକୁ ଇଚ୍ଛା କରିବେନି । କିନ୍ତୁ ଜଣେ ଯୁବତୀ ଏହି ଭାଇରସକୁ ନିଜ ଦେହରେ ଇଞ୍ଜେକ୍ଟ କରି ନେଇଛନ୍ତି । ତେବେ ସେ କାହିଁକି ଏମିତି କଲେ ଏବଂ ଏହା ପଛର କାରଣ କ’ଣ ? ଆସନ୍ତୁ ଜାଣିବା ଏହି ଘଟଣାର ପ୍ରକୃତ ସତ୍ୟତା ।

ତେବେ ଏହି ୧୫ ବର୍ଷୀୟ ଯୁବତୀଙ୍କର ଏଭଳି ଏକ ଭୟଙ୍କର ପଦକ୍ଷେପର ମୁଖ୍ୟ କାରଣ ହେଉଛି ପ୍ରେମ । ପ୍ରେମରେ ଏମିତି ପାଗିଳି ହୋଇ ଯାଇଛନ୍ତି ଯେ, ଏତେ ବଡ ନିଷ୍ପତ୍ତି ନେବାକୁ ମଧ୍ୟ ସେ ପଛଘୁଞ୍ଚା ଦେଇ ନାହାନ୍ତି । ନିଜ ପ୍ରେମକୁ ପ୍ରମାଣ କରିବା ପାଇଁ ସେ ଏଚଆଇଭି ସଂକ୍ରମିତ ପ୍ରେମିକଙ୍କ ରକ୍ତକୁ ନିଜ ଦେହରେ ଇଞ୍ଜେକ୍ଟ କରି ନେଇଛନ୍ତି । ଏ ଘଟଣା ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏମିତି ଏକ ନିଆରା ଲଭ ଷ୍ଟୋରୀ ହୁଏତ ଆପଣ ଆଗରୁ କେବେ ଶୁଣି ନଥିବେ । ପ୍ରେମରେ ଲୋକ ଅନେକ କିଛି କରିଥିବାର ଆପଣ ଶୁଣିଥିବେ ଏବଂ ଫିଲ୍ମରେ ଦେଖିଥିବେ । କିନ୍ତୁ ଏହି ଯୁବତୀଙ୍କର ଏମିତି ପଦକ୍ଷେପ ହୁଏତ ଆପଣଙ୍କୁ ବି କିଛି ସମୟ ପାଇଁ ଭାବିବାକୁ ବାଧ୍ୟ କରି ଦେଇଥିବ । ତେବେ ତାଙ୍କର ଏହି ପଦକ୍ଷେପ ପରେ ଡାକ୍ତରମାନେ ତାଙ୍କୁ ଅବଜରଭେସନରେ ରଖିଛନ୍ତି । ସେପେଟ ପ୍ରେମିକଙ୍କ ବିରୋଧରେ ଯୁବତୀଙ୍କ ପରିବାର ଲୋକେ ମାମଲା ରୁଜୁ କରିବା ପରେ ଯୁବକଙ୍କୁ ପୋଲିସ ଗିରଫ କରିଛି ।

ସୋସିଆଲ ମିଡିଆରେ ଏହି ଖବର ଏବେ ଭାଇରାଲ ହେବାରେ ଲାଗିଛି । ଅନେକ ୟୁଜର ଏହି ଘଟଣାର ଦମଦାର ଆଲୋଚେନା କରୁଛନ୍ତି । କେବଳ ସେତିକି ନୁହେଁ ଅନେକ ଲୋକ ଏଥିରେ ଭିନ୍ନ କେମେଣ୍ଟ ଦେବା ସହ ନିଜ ନିଜ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । ତେବେ କିଛି ଲୋକ ପ୍ରେମକୁ ଏଚଆଇଭିଠାରୁ ବି ବଡ ରୋଗ ବୋଲି କହିଛନ୍ତି ।

Get real time updates directly on you device, subscribe now.