WiFi କନେକ୍ଟ ପାଇଁ ଭାଙ୍ଗିଗଲା ସଂପର୍କ, ଅପମାନିତ ହେଲା ପ୍ରେମିକା, ଜାଣନ୍ତୁ ଘଟଣା..

ନୂଆଦିଲ୍ଲୀ: ଚୀନର ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଏଠାରେ ଜଣେ ବୟଫ୍ରେଣ୍ଡ ନିଜ ଗାର୍ଲଫ୍ରେଣ୍ଡ ସହ ଏଥିପାଇଁ ବ୍ରେକଅପ କଲା କାରଣ, ଝିଅର ଫୋନ ଆପେ ଆପେ ହୋଟେଲର ୱାଇଫାଇରେ କନେକ୍ଟ ହୋଇଯାଇଥିଲା। ପୁଅଟି ଭାବିଲା ଯେ, ତା’ ଗାର୍ଲଫ୍ରେଣ୍ଡ ପୂର୍ବରୁ ସେହି ହୋଟେଲକୁ ଆଉ କାହା ସହ ଯାଇଛି ଏବଂ ସେ ମିଛ କହୁଛି।

ମହିଳାଙ୍କ କହିବାନୁଯାୟୀ, ଏହି ଡ୍ରାମା ସେତେବେଳେ ଆରମ୍ଭ ହେଲା, ଯେତେବେଳେ ସେଇ ହୋଟେଲରେ ତାଙ୍କ ଫୋନ ଆପେ ଆପେ ତାଙ୍କ ୱାଇଫାଇ ଦ୍ୱାରା କନେକ୍ଟ ହୋଇଥିଲା।

ଝିଅଟି ହୋଟେଲରୁ ଚେକଇନ କରିବା ବେଳେ ନିଜର ପରିଚୟ ପତ୍ର ନ ପାଇବାରୁ ସେ ଡିଜିଟାଲ ଆଇଡି ଦେଖାଇବା ଲାଗି ଫୋନ ବାହାର କରିଥିଲେ। ଏହି ସମୟରେ ଫୋନରେ ଆପେ ଆପେ ସେହି ହୋଟେଲର ୱାଇଫାଇ କନେକ୍ଟ ହୋଇଯାଇଥିଲା।

ଏଥିରେ ପୁଅକୁ ସନ୍ଦେହ ହେଲା। ଏହାପରେ ବିବାଦ ଉପୁଜିଥିଲା। ହେଲେ ଝିଅଟି ପାଖେ କେମିତି ୱାଇଫାଇ କନେକ୍ଟ ହେଲା, ସେ ବିଷୟରେ କୌଣସି ଉତ୍ତର ନଥିଲା। ସଙ୍ଗେ ସଙ୍ଗେ ବୟଫ୍ରେଣ୍ଡ ଜଣକ ସଂପର୍କ ଭାଙ୍ଗିଦେଇଥିଲେ।

ମହିଳାଜଣକ ଏହି ବିଷୟରେ ଅନୁସନ୍ଧାନ କରିଥିଲେ। ଏବଂ ଜାଣିବାକୁ ପାଇଲେ ଯେ, ସେ ପୂର୍ବରୁ ଏକ ହୋଟେଲରେ କାନ କରୁଥିଲେ। ସେଠାରେ ଯେଉଁ ଆଇଡି ପାସୱାର୍ଡ ଦିଆଯାଇଥିଲା, ଏହି ହୋଟେଲରେ ବି ସେଇ ସମାନ ନାମ ଏବଂ ପାସୱାର୍ଡ ଦିଆଯାଇଛି।

ସେଥିପାଇଁ ତାଙ୍କ ଫୋନ ଆପେ ଆପେ କନେକ୍ଟ ହୋଇଯାଇଥିଲା। ଏହି କଥା ବୁଝାଇବା ଲାଗି ସେ ନିଜ ପ୍ରେମିକକୁ ଫୋନ କରିଥିଲେ, ହେଲେ ସେ ଶୁଣିନଥିଲେ ଏବଂ ତାଙ୍କୁ ବ୍ଲକ୍ କରିଦେଇଥିଲେ।

କିନ୍ତୁ ମହିଳା ଜଣକ ନିଜକୁ ନିର୍ଦ୍ଦୋଶ ପ୍ରମାଣିତ କରିବା ଲାଗି ସ୍ଥାନୀୟ ଟିଭି ଚ୍ୟାନେଲ ସହ ଯୋଗାଯୋଗ କରିଥିଲେ। ଏହାପରେ ରିପୋର୍ଟର ମହିଳାଙ୍କ ପୂର୍ବତନ କାର୍ଯ୍ୟସ୍ଥଳକୁ ଯାଇ ଯାଞ୍ଚ କରିଥିଲେ, ଏବଂ ସେଠାରେ ତାଙ୍କ ଫୋନ ଅଟୋମେଟିକ୍ କନେକ୍ଟ ହୋଇଯାଇଥିଲା। ଏହାପରେ ରିପୋର୍ଟ ସେହି ହୋଟେଲକୁ ଯାଇଥିଲେ, ସେଠାରେ ବି ତାଙ୍କ ଫୋନ ଆପେଆପେ କନେକ୍ଟ ହୋଇଯାଇଥିଲା।