fbpx

ପବ୍ଲିକ ଆଗରେ Sex କରିବାକୁ ଚାହୁଁଥିଲା ପ୍ରେମିକ: ମନା କରିଦେଲେ ଗାର୍ଲଫ୍ରେଣ୍ଡ, ତା’ପରେ …

ମୁମ୍ବାଇ: ମାୟାନଗରୀ ମୁମ୍ବାଇରୁ ଆସିଛି ଏକ ଅଭାବନୀୟ ଘଟଣା । ଲଭ୍ ଆଉ ସେକ୍ସକୁ ନେଇ ପୁଣି ଜୋର ଧରିଛି ଚର୍ଚ୍ଚା । ପ୍ରେମିକ ଗାର୍ଲଫ୍ରେଣ୍ଡ ସହ ସେକ୍ସ କରିବାକୁ ଚାହୁଁଥିବା ବେଳେ ଯୁବତୀ ମନା କରିବାରୁ ଏକ ଭୟାନକ କାଣ୍ଡ ଦେଖିବାକୁ ମିଳିଛି । ପବ୍ଲିକରେ ସେକ୍ସ କରିବାକୁ ଚାହୁଁଥିଲେ, କିନ୍ତୁ ଗାର୍ଲଫ୍ରେଣ୍ଡ ଏହାକୁ ମନା କରି ଦେଇଥିଲେ । ଏହି କଥାରେ ରାଗି ଯାଇ ଯୁବକ ଜଣକ ଏକ ବିଭତ୍ସ କାଣ୍ଡ ଘଟାଇ ଦେଇଛନ୍ତି । ତେବେ ପୋଲିସ ବର୍ତ୍ତମାନ ମାମଲାର ତଦନ୍ତ କାର୍ଯ୍ୟରେ ଲାଗିଛି ।

ପୋଲିସର ସୂଚନା ଅନୁସାରେ, ମୁମ୍ବାଇର ବାନ୍ଦ୍ରାରେ ଏଭଳି ଏକ କାଣ୍ଡ ଘଟିଯାଇଛି । ପୋଲିସ କହିଛି ଯେ, ଆକାଶ ମୁଖାର୍ଜୀ ନାମକ ଜଣେ ଯୁବକ ଗାର୍ଲଫ୍ରେଣ୍ଡଙ୍କ ସହ ସାର୍ବଜନିକ ସ୍ଥାନରେ ସେକ୍ସ କରିବା ପାଇଁ ତାଙ୍କୁ କହିଥିଲେ । କିନ୍ତୁ ଯୁବତୀ ଜଣକ ଏ କଥାରେ ରାଜି ନ ହୋଇ ମନା କରି ଦେଇଥିଲେ । ତେବେ ଏହି କଥାରୁ ହଠାତ ରାଗି ଯାଇଥିଲେ ଯୁବକ । ଏାପରେ ପ୍ରେମିକାଙ୍କ ଗଳା ଚିପିଦେବା ସହିତ ମୁଣ୍ଡକୁ ପାଖରେ ଥିବା ଏକ ଚଟାଣରେ ପିଟି ଦେଇଥିଲେ ଆକାଶ । ଏହାବ୍ୟତୀତ ମହିଳାଙ୍କୁ ଗୋଟିଏ ନାଳରେ ବୁହାଇ ଦେବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ ସେ । କିନ୍ତୁ ଯୁବତୀଜଣକ ପାଟି କରିବାରୁ ଲୋକମାନେ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହ ପୋଲିସକୁ ସୂଚନା ଦେଇଥିଲେ ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆକାଶକୁ ଗିରଫ କରିବା ସହ ଆହତ ମହିଳାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ବର୍ତ୍ତମାନ ଯୁବତୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ମିଳିଛି । ସେପଟେ ଆକାଶ ବିରୋଧରେ ହତ୍ୟା ଉଦ୍ୟମରେ ମାମଲା ରୁଜୁ କରିବା ସହ ଗିରଫ କରାଯାଇଛି ।

Get real time updates directly on you device, subscribe now.