fbpx

କରୋନା ପାଇଁ ତ୍ୟାଗ କରନ୍ତୁ ଏହି ଖାଦ୍ୟ, ନହେଲେ ହୋଇଯିବ ଅନର୍ଥ

କରୋନା ଭାଇରସ ମୁଣ୍ଡବିନ୍ଧାର କାରଣ ପାଲଟିଗଲାଣି । ଡାକ୍ତରଙ୍କ କହିବା ମୁତାବକ, ଏହି ମାରାତ୍ମକ ରୋଗର ଶିକାର ହେଉଛନ୍ତି ସେହି ବ୍ୟକ୍ତି, ଯାହାର ରୋଗ ପ୍ରତିରୋଧକ ଶକ୍ତି ବହୁତ କମ୍ । ତେଣୁ ରୋଗ ପ୍ରତିରୋଧକ ପ୍ରକ୍ରିୟାକୁ ଦୁର୍ବଳ କରିବା ସହ ଆପଣ ରୋଗାଗ୍ରସ୍ତ କରୁଥିବା ଖାଦ୍ୟ ବିଷୟରେ ଆପଣ ଜାଣିଛନ୍ତି କି ? ତେବେ ଆସନ୍ତୁ ଜାଣିବା ..

୧- ବାସି ଖାଦ୍ୟ
କିଛି ଲୋକ ରାତିର ଖାଦ୍ୟକୁ ଦିନରେ ଭୋଜନ କରିବାକୁ ପସନ୍ଦ କରିଥାନ୍ତି । ଏହାଦ୍ୱାରା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିବା ସହ ରୋଗ ପ୍ରତିରୋଧକ ପ୍ରକ୍ରିୟା ଦୁର୍ବଳ ହେବାକୁ ଲାଗିଥାଏ । ତେଣୁ ସର୍ବଦା ତାଜା ଖାଦ୍ୟ ଖାଆନ୍ତୁ ।

୨ – ଆଚାର
ବଜାରରେ ଅନେକ ପ୍ରକାରର ସିଲ୍ ହୋଇଥିବା ଆଚାର ମିଳିୁଛି । ସେଥିରେ ଅନେକ ଉପାଦାନ ରହିଥାଏ, ଯାହା କିଡନୀ ରୋଗର ଆଶଙ୍କା ଅଧିକ ଥାଏ । ଏହା ବ୍ୟତୀତ ଶରୀରରେ ଡିହାଇଡ୍ରେଟ୍ ହୋଇଥାଏ ।

୩ – କଫି
କଫିରେ ଅନେକ ମାତ୍ରାରେ କଫିନ୍ ଥାଏ । ଯାହା ରୋଗ ପ୍ରତିରୋଧକ ଶକ୍ତିକୁ କମ୍ କରିଥାଏ । ତେଣୁ ଅତି କମ ମାତ୍ରାରେ କଫି ଖାଆନ୍ତୁ। ବଜାରରେ ମିଳୁଥିବା ଜୁସ୍ କିମ୍ବା ପ୍ୟାକେଜ୍ ଖାଦ୍ୟ ଶରୀରକୁ ଭିତରୁ ଦୁର୍ବଳ କରିଦିଏ, ଯାହା ଧୀରେ ଧୀରେ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ହୋଇଥାଏ ଏବଂ ଶରୀର ରୋଗର ଶିକାର ହୋଇଥାଏ ।

୪- କୋଲ୍ଡ ଡ୍ରିଙ୍କସ୍ ବା ଥଣ୍ଡା ପାନୀୟ
ଥଣ୍ଡା ପାନୀୟରେ ଅଧିକ ପରିମାଣର ଚିନି ରହିଥାଏ, ଯାହା ଶରୀରରେ ଶର୍କରା ସ୍ତରକୁ ବୃଦ୍ଧି କରି ରୋଗ ପ୍ରତିରୋଧକ କ୍ଷମତାକୁ ଦୁର୍ବଳ କରିପାରେ। ଫାଷ୍ଟଫୁଡ୍ କିମ୍ବା ଜଙ୍କ୍ ଫୁଡ୍ ସେବନ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ କରିଥାଏ। ଯାହାଦ୍ଵାରା ସଂକ୍ରମଣର ଆଶଙ୍କା ବୃଦ୍ଧି ହୋଇଥାଏ ।

Get real time updates directly on you device, subscribe now.