fbpx

୯ ବର୍ଷ ପରେ ଧ୍ୱଂସ ହେବ ପୃଥିବୀ ! ଜଳବାୟୁ ପରିବର୍ତ୍ତନ ରିପୋର୍ଟକୁ ନେଇ ବଢିଲା ଭୟ

Advertisement

ନୂଆଦିଲ୍ଲୀ: ଆଜିକାଲି ବିଭିନ୍ନ ଦେଶ ନିଜର ଉନ୍ନତୀ ପାଇଁ ପରିବେଶ ନଷ୍ଟ କରିବା ଲାଗିଛି । ଫଳରେ ଏହା ପୃଥିବୀ ଉପରେ ଅଧିକ ମାତ୍ରାରେ ପ୍ରଭାବ ପକାଉଛି । ଯେଉଁ କାରଣରୁ ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଦେଖା ଦେବା ସହ ଜଳବାୟୁ ପରିବର୍ତ୍ତନରେ ମଧ୍ୟ ଅନିୟମିତତା ଦେଖା ଦେଉଛି । ତେବେ ପୃଥିବୀର ଏହି ଜଳବାୟୁ ପରିବର୍ତ୍ତନକୁ ନିକଟରେ ଏକ ରିପୋର୍ଟ ପ୍ରକାଶ ପାଇଛି , ଯାହାକି ସମସ୍ତଙ୍କ ମନରେ ଏକ ଭୟ ସୃଷ୍ଟି କରିଛି ।

ମିଡିଆ ରିପୋର୍ଟ ଅନୁଯାୟୀ ଶୁକ୍ରବାର ଦିନ ଜଳବାୟୁ ପରିବର୍ତ୍ତନ ଉପରେ ଏକ ନୂତନ ରିପୋର୍ଟ ପ୍ରକାଶିତ ହୋଇଛି । ଏହି ରିପୋର୍ଟ ଅନୁଯାୟୀ, ବିଶ୍ୱର ସମସ୍ତ ଦେଶ ମିଳିତ ଭାବେ ଚଳିତ ବର୍ଷ ବାୟୁମଣ୍ଡଳକୁ ୪୦.୬ ବିଲିୟନ ଟନ୍ ଅଙ୍ଗାରକାମ୍ଳ ଛାଡିଛନ୍ତି । ଯହାକି ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ହ୍ରାସ ହେବା ପରିବର୍ତ୍ତେ ବୃଦ୍ଧି ହେବାର ସଂକେତ ଦେଇଛି । ତେବେ ମିଳିତ ଜାତିସଂଘର ଜଳବାୟୁ ସମ୍ମିଳନୀ ମଧ୍ୟରେ ଆସିଥିବା “ଗ୍ଲୋବାଲ୍ କାର୍ବନ୍ ବଜେଟ୍ ୨୦୨୨” ରିପୋର୍ଟରେ କୁହାଯାଇଛି ଯେ, ୨୦୨୨ ମସିହାରେ ୪୦.୬ ବିଲିୟନ ଟନ୍ ଅଙ୍ଗାରକାମ୍ଳ ନିର୍ଗମନ ହୋଇଛି । ଯହାକି ୨୦୧୯ ମସିହାରେ ହୋଇଥିବା ବାର୍ଷିକ ନିର୍ଗମନର ନିକଟତର ଅଟେ । ତେବେ ସୂଚନା ଅନୁଯାୟୀ ୨୦୧୯ ମସିହାରେ ୪୦.୯ ବିଲିୟନ ଟନ୍ ଅଙ୍ଗାରକାମ୍ଳ ନିର୍ଗମନ ହୋଇଥିଲା।

ରିପୋର୍ଟ ଅନୁଯାୟୀ, ଯଦି ବର୍ତ୍ତମାନର ନିର୍ଗମନ ସ୍ତର ସମାନ ରହେ, ତେବେ ନଅ ବର୍ଷ ମଧ୍ୟରେ ୧.୫ ଡିଗ୍ରି ସେଲସିୟସ ଉତ୍ତାପ ଅତିକ୍ରମ କରିବାର ୫୦ ପ୍ରତିଶତ ସମ୍ଭାବନା ରହିଛି । ପ୍ୟାରିସ୍ ଚୁକ୍ତିନାମା ଦ୍ୱାରା ନିର୍ଦ୍ଧାରିତ ହୋଇଥିବା ଗ୍ଲୋବାଲ ୱାର୍ମିଂ ସୀମା ୧.୫ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ସୀମିତ ରଖିବା ପାଇଁ ଜରୁରୀ ଅଟେ । ଯାହା ଜଳବାୟୁ ପରିବର୍ତ୍ତନର ଖରାପ ପ୍ରଭାବକୁ ଏଡାଇବା ପାଇଁ ଯଥେଷ୍ଟ ହେବ ବୋଲି ବିଶ୍ୱାସ କରାଯାଏ । ପ୍ରାକ୍-ଶିଳ୍ପ (୧୮୫୦–୧୯୦୦) ସ୍ତର ତୁଳନାରେ ପୃଥିବୀର ବିଶ୍ୱ ତାପମାତ୍ରା ପ୍ରାୟ ୧.୧ ଡିଗ୍ରି ବୃଦ୍ଧି ପାଇଛି । ଯହାଫଳରେ ଏହା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି କରିଛି ।

ଆମେରିକା, ୟୁରୋପ ଏବଂ ଚୀନ୍ ଆଗରେ

୨୦୨୧ ମସିହାରେ ଚାଇନା (୩୧ ପ୍ରତିଶତ), ଆମେରିକା (୧୪ ପ୍ରତିଶତ) ଏବଂ ୟୁରୋପୀୟ ୟୁନିଅନ୍ (୮ ପ୍ରତିଶତ) ଅଙ୍ଗାରକାମ୍ଳ ନିର୍ଗତ କରିବାରେ ଆଗରେ ଅଛନ୍ତି। ତେବେ ରିପୋର୍ଟ ଅନୁଯାୟୀ, ଅଙ୍ଗାରକାମ୍ଳ ନିର୍ଗମନରେ ଭାରତର ଅବଦାନ ୭ ପ୍ରତିଶତ ରହିଛି । ଚାଇନାରେ ୦.୯ ପ୍ରତିଶତ ଏବଂ ୟୁରୋପୀୟ ୟୁନିଅନରେ ୦.୮ ପ୍ରତିଶତ ହ୍ରାସ ହୋଇଥିବାବେଳେ ଆମେରିକାରେ ୧.୫ ପ୍ରତିଶତ, ଭାରତରେ ୬ ପ୍ରତିଶତ ଏବଂ ବିଶ୍ୱରେ ୧.୭ ପ୍ରତିଶତ ବୃଦ୍ଧି ଘଟିଛି । କୋଇଲାରୁ ଉତ୍ପାଦିତ ଶକ୍ତି ଭାରତର ଅଭିବୃଦ୍ଧିରେ ଏକ ପ୍ରମୁଖ କାରଣ ଭାବରେ ବିବେଚନା କରାଯାଇଛି । ଯହାକି ଆଗାମୀ ଦିନରେ ପୃଥିବୀ ପାଇଁ ବିପଦର କାରଣ ହେବ ବୋଲି କୁହାଯାଉଛି ।

Get real time updates directly on you device, subscribe now.