ଚୀନ ‘ଗ୍ଲୋବାଲ୍ ଟାଇମ୍ସ’ର ‘X’ ଆକାଉଣ୍ଟକୁ ବ୍ୟାନ କଲା ଭାରତ, ମିଛ ଖବର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତରେ ବନ୍ଦ ହେଲା ‘ଗ୍ଲୋବାଲ୍ ଟାଇମ୍ସ’
ନୂଆଦିଲ୍ଲୀ: ଭାରତରେ ବ୍ୟାନ୍ ହେଲା ଗ୍ଲୋବାଲ ଟାଇମ୍ସ। ଏହାର ଏକ୍ସ ଆକାଉଣ୍ଟକୁ କରାଗଲା ବ୍ୟାନ୍। ମିଛ ଓ ବିଭ୍ରାନ୍ତିକର ଖବର ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗ୍ଲୋବାଲ ଟାଇମ୍ସ ଚୀନର ପ୍ରମୁଖ ଖବରକାଗଜ।
ଚୀନର ମୁଖପତ୍ର ‘ଗ୍ଲୋବାଲ ଟାଇମ୍ସ’ର ‘X’ ଆକାଉଣ୍ଟକୁ ଭାରତରେ ନିଷିଦ୍ଧ କରାଯାଇଛି। ଗ୍ଲୋବାଲ ଟାଇମ୍ସ ଏକ ଚୀନ୍ ସରକାରୀ ଗଣମାଧ୍ୟମ, ଯାହା ଚୀନ୍ କମ୍ୟୁନିଷ୍ଟ ପାର୍ଟିର ପ୍ରଚାର କରେ ବୋଲି କୁହାଯାଏ।
ଅପରେସନ ସିନ୍ଦୂର ବିଷୟରେ ଭୁଲ ସୂଚନା ଦେବା ପାଇଁ ଭାରତ ଚୀନର ଗ୍ଲୋବାଲ ଟାଇମ୍ସକୁ ସମାଲୋଚନା କରିଥିଲା। ଏହା ପରେ ଗ୍ଲୋବାଲ ଟାଇମ୍ସକୁ ବ୍ୟାନ କରାଯାଇଛି।
The ‘X’ account of Chinese propaganda media outlet ‘Global Times’ withheld in India. pic.twitter.com/B9Q941FTjX
— ANI (@ANI) May 14, 2025