ଭୁବନେଶ୍ୱର: ୱକଫ୍ ସଂଶୋଧନ ବିଲକୁ ନେଇ ବିଜେଡି ଦଳରେ ବଡ଼ ହଇଚଇ ସୃଷ୍ଟି ହୋଇଛି । ଯାହାକୁ ନେଇ ଦଳରେ ଗୋଷ୍ଠୀ କନ୍ଦଳ ମଧ୍ୟ ଦେଖିବାକୁ ମିଳିଛି ।
ଆଜି ବିଜେଡି ସାଂସଦ ମୁନା ଖାନ୍ ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଏଥିସହ ସସ୍ମିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦଳର ସୁପ୍ରିମୋଙ୍କୁ ଫେରାଦ ହୋଇଛନ୍ତି ।
ସମର୍ଥକଙ୍କ ସହ ନବୀନଙ୍କୁ ଭେଟି ଫେରିବା ବେଳେ ନବୀନ ନିବାସରେ ମୁନାଙ୍କ ସମର୍ଥକମାନେ ପାଣଡିଆନ୍ ଗୋ ବ୍ୟାକ୍ ନାରା ସହିତ ପାଣ୍ଡିଆନ୍ ହଟାଅ, ବିଜେଡି ବଞ୍ଚାଅ ନାରାବାଜି ଦେଇଥିଲେ ।
ଅନ୍ୟପଟେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରି କହିଛନ୍ତି, ପ୍ରତି ଷଡ଼ଯନ୍ତ୍ର ଭିତରେ ପାଣ୍ଡିଆନ୍ ଅଛନ୍ତି । ଦଳର ସବୁ ନିଷ୍ପତ୍ତି ପାଣ୍ଡିଆନ୍ ହିଁ ନିଅନ୍ତି ।
‘Pandian Go Back’ & ‘Pandian Hatao, BJD Bachao’ slogans at Naveen Niwas by Muslim Community Members. #TNI #Insight #PiN #Odisha #WaqfAmendmentBill pic.twitter.com/T7TEUgO7kO
— TNI (@TNITweet) April 7, 2025