ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ସୁଭଦ୍ରା ଆବେଦନକାରୀଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ। ଆସନ୍ତା କାଲି ଓ ପଅରଦିନ ବ୍ୟାଙ୍କ ଯାଆନ୍ତୁ। ଦୁଇ ଦିନ ବ୍ୟାଙ୍କଗୁଡ଼ିକ ସ୍ବତନ୍ତ୍ର ଭାବେ ଧ୍ୟାନ ଦେବେ।
ଯେଉଁମାନଙ୍କୁ କଲ୍ ଆସିଛି, ମେସେଜ୍ ଆସିଛି ଯାଆନ୍ତୁ। NPCI ଦ୍ବନ୍ଦ୍ବ ଦୂର ପାଇଁ ଆବେଦନକାରୀଙ୍କୁ ବ୍ୟାଙ୍କ ଯିବାକୁ ପଡ଼ିବ। ବ୍ୟାଙ୍କମାନଙ୍କରେ ବ୍ୟାନର ଲାଗିଥିବ, ସେଠି ପହଞ୍ଚିବେ।
ବ୍ୟାଙ୍କ ପହଞ୍ଚି NPCI ଅଡୁଆ ଦୂର କଲେ ସମସ୍ତେ ଟଙ୍କା ପାଇବେ।
ସେପଟେ ମାର୍ଚ୍ଚ ୮ରେ ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ମିଳିବ । ଏନେଇ ଗଣତନ୍ତ୍ର ଦିବସରେ କଟକରେ ପତାକା ଉତ୍ତୋଳନ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଥିଲେ।
ମହିଳାଙ୍କର ବିକାଶ ପାଇଁ ସୁଭଦ୍ରା ଯୋଜନା- ଏଯାଏଁ ପ୍ରାୟ ୮୦ ଲକ୍ଷରୁ ଉର୍ଦ୍ଧ୍ବ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଲାଣି । ମହିଳାଙ୍କ ବିକାଶ ପାଇଁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ବୋଲି ମୋହନ ମାଝୀ କହିଛନ୍ତି ।
ଯେଉଁମାନେ ପ୍ରକୃତ ହିତାଧିକାରୀ ସେମାନଙ୍କୁ କଦାଚିତ ସୁଭଦ୍ରା ଯୋଜନାରୁ ବାଦ୍ ପଡିବେ ନାହିଁ । ସର୍ଭେ ଜାରି ରହିଥିବା ବେଳେ ଖୁବଶୀଘ୍ର ହିତାଧିକାରୀଙ୍କୁ ଟଙ୍କା ଦିଆଯିପ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।