ଧନତେରାସ ପୂର୍ବରୁ ଶସ୍ତା ହେଲା ସୁନା-ରୁପା : ଜାଣନ୍ତୁ କେତେ ରହିଛି ଆଜିର ରେଟ୍

ନୂଆଦିଲ୍ଲୀ: ଆଜି ଅର୍ଥାତ୍ ଗୁରୁବାର (ନଭେମ୍ବର ୯) ରେ ସୁନା ଓ ରୂପା ମୂଲ୍ୟରେ ହ୍ରାସ ଘଟିଛି । ଇଣ୍ଡିଆ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ (ଆଇବିଜେଏ) ର ୱେବସାଇଟ୍ ଅନୁଯାୟୀ, ବଜାରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୪୨୩ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ୬୦,୧୧୭ ଟଙ୍କା ହୋଇଛି । ଅନ୍ୟପଟେ ୧୮ କ୍ୟାରେଟ୍ ସୁନା ମୂଲ୍ୟ ୪୫,୦୮୮ ଟଙ୍କା ରହିଛି । ଆସନ୍ତାକାଲି ଅର୍ଥାତ୍ ୧୦ ନଭେମ୍ବର ହେଉଛି ଧନତେରାସ । ଏହି ଦିନ ସୁନାରେ ନିବେଶ ଶୁଭ ବୋଲି ବିବେଚନା କରାଯାଏ ।

ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୬,୫୦୦ ଟଙ୍କା ଟଙ୍କା ଓ ୬୧,୬୪୦ ଟଙ୍କା ହୋଇଛି। ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦର ଅପରିବର୍ତ୍ତିତ ରହିଛି। ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୬,୫୦୦ଟଙ୍କା ଓ ୬୧,୬୪୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ୫୬,୬୫୦ ଟଙ୍କା ଓ ୬୧,୭୯୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୫୭,୧୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୬୨,୩୫୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୬,୫୦୦ ଟଙ୍କା ଓ ୬୧,୬୪୦ ଟଙ୍କା ରହିଛି।

ସେହିପରି ଏହା ବ୍ୟତୀତ ଆଜି ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ ମଧ୍ୟ ଦେଖିବାକୁ ମିଳିଛି । ଏହା ୧୦୯ ହ୍ରାସ ହୋଇ କିଲୋଗ୍ରାମ ପିଛା ୭୦,୧୦୦ ଟଙ୍କା ହୋଇଛି । ଏହା ପୂର୍ବରୁ ଏହା ୭୦,୨୦୯ ଟଙ୍କା ଥିଲା ।

Get real time updates directly on you device, subscribe now.