ନୂଆଦିଲ୍ଲୀ: ଆଜି ସୁନା ଦରରେ ପୁଣି ବୃଦ୍ଧି ଘଟିଛି। ଏହି ମୂଲ୍ୟରେ ୧୯୮୦ ଟଙ୍କା ବୃଦ୍ଧି ଘଟିଛି। ଶୁକ୍ରବାର ଦିନ ଏହି ମୂଲ୍ୟ ୧୪୦୦ ଟଙ୍କା ବଢିଥିଲା। ଅଖିଳ ଭାରତୀୟ ସର୍ରାଫା ସଂଘ ଅନୁସାରେ ଦିଲ୍ଲୀରେ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୫୦୦ ଟଙ୍କା ବୃଦ୍ଧି ପାଇ ୯୭ ହଜାର ୩୦ ଟଙ୍କା ହୋଇଯାଇଛି।
ଶୁକ୍ରବାର ଦିନ ୯୯.୯ ପ୍ରତିଶତ ସୁଦ୍ଧ ସୁନାର ଦର ୯୬ ହଜାର ୪୫୦ ଟଙ୍କା ୧୦ ଗ୍ରାମ ପିଛା ରହିଛି। ସୋମାବର ଦିନ ଏହି ଦର ୯୯.୫ ପ୍ରତିଶତ ସୁନା ୫୮୦ ଟଙ୍କା ବଢି ୯୬ ହଜାର ୫୮୦ ଟଙ୍କା ହୋଇଯାଇଛି।
ଭୁବନେଶ୍ୱରରେ ସୁନା ଦର:
୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୩୫୦ ଟଙ୍କା ବୃଦ୍ଧି ଘଟି ୮୭ ହଜାର ୫୫୦ ଟଙ୍କା ହୋଇଯାଇଛି। ସେହିପରି ୨୪ କ୍ୟାରେଟ ସୁନା ଦର ୩୮୦ ଟଙ୍କା ବୃଦ୍ଧି ପାଇ ୯୫ ହଜାର ୫୧୦ ଟଙ୍କା ପହଞ୍ଚିଛି।