ଏକାଥରକେ ୨୦୦୦ ଟଙ୍କା କମିଲା ସୁନା ଦର, ଜାଣନ୍ତୁ ଏବେ କେତେ ରହିଛି ୧୦ ଗ୍ରାମ ସୁନାର ମୂଲ୍ୟ
ଆସିଲା ଖୁସି ଖବର । ଦୀର୍ଘ ଦିନ ପରେ ସୁନା ଦରେରେ ବଡ଼ ହ୍ରାସ ।
ନୂଆଦିଲ୍ଲୀ: ଗୁରୁବାର ସକାଳେ ସୁନା ଦରରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏକାଥରକେ ସୁନା ଦର ୧୦ ଗ୍ରାମ ପିଛା ୨,୦୦୦ ଟଙ୍କା କମିଛି ।
ଆମେରିକା ଏବଂ ପ୍ରମୁଖ ଟ୍ରେଡିଂ ପାର୍ଟନରଙ୍କ ମଧ୍ୟରେ ଲାଗି ରହିଥିବା ଅସ୍ଥିତରତା ପାଇଁ ସୁନା ଦର କମିଥିବା କୁହାଯାଉଛି ।
ଦିଲ୍ଲୀରେ୧୦ ଗ୍ରାମ୍ ପିଛା ୨୪ କ୍ୟାରେଟ ସୁନା ଦର ୯୫,୮୮୦ ରହିଥିବାବେଳେ ୨୨ କ୍ୟାରେଟ୍ ସୁନାର ଦାମ୍ ରହିଛି ୮୭,୯୦୦ ଟଙ୍କା । ଲଗାତର କିଛି ମାସ ଧରି ସୁନା ଦର କ୍ରମାଗତ ବଢ଼ିବାରେ ଲାଗିଥିଲା ।
ଯାହାପଛର ମୂଳ କାରଣ ହେଉଛି ଜାତୀୟ ଅର୍ଥନୀତିରେ ଅସ୍ଥିରତା ଏବଂ ଆମେରିକା ବ୍ୟବସାୟରେ ମାନ୍ଦାବସ୍ଥା ବୋଲି କୁହାଯାଉଛି । ଏହି କାରଣ ହେତୁ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୧ ଲକ୍ଷ ପାର୍ ହେବାକୁ ବସିଥିଲା ।
ପ୍ରିମିୟମ୍ କ୍ୱାଲିଟି ଗୋଲ୍ଡ ପାଇଁ ଲୋକମାନେ ୨୪ କ୍ୟାରେଟ୍ ସୁନା କିଣିବାକୁ ପସନ୍ଦ କରୁଥିବାବେଳେ ୨୨ କ୍ୟାରେଟ ସୁନାରେ ତିଆରି ଅଳଙ୍କାର ମହିଳାଙ୍କ ମୋନ ମୋହିଥାଏ ।
ସୁନା ପରେ ରୁପା ଦାମ୍ ମଧ୍ୟ କମିଛି । ରୁପା କିଲୋ ପ୍ରତି ୨୦୦୦ ଟଙ୍କା ହ୍ରାସ ଘଟିଛି । ବର୍ତ୍ତମାନ ସମୟରେ ରୁପା କିଲୋ ପ୍ରତି ୯୮୦୦୦ ଟଙ୍କା ରହିଛି । ବଜାର ହାଲଚାଲ ବଦଳିବା ନେଇ ନିବେଶକମାନେ ଆର୍ଥନୈତିକ ଅସ୍ଥିରତାକୁ ମନିଟରିଂ କରୁଛନ୍ତି ।
ଆନ୍ତର୍ଜାତୀୟ ବଜାର ମୂଲ୍ୟ, ଆମଦାନୀ ଶୁଳ୍କ, ଟ୍ୟାକ୍ସ, ଏକ୍ସଚେଞ୍ଜ ରେଟରେ ଅସ୍ଥିରତା ପାଇଁ ଭାରତରେ ସୁନା ଦରରେ ବୃଦ୍ଧି ଦେଖିବାକୁ ମିଳିଛି । ଯାହାଫଳରେ ପ୍ରତ୍ୟେକ ଦିନ ଭାରତରେ ସୁନା ଦର ପରିବର୍ତ୍ତନ ହେଉଥିବା ଦେଖିବାକୁ ମିଳୁଛି ।