fbpx

ସୁନା ମହଙ୍ଗା ତ’ ରୂପା ଶସ୍ତା: ଜାଣନ୍ତୁ କେତେ ରହିଛି ଆଜିର ଦାମ୍

Advertisement

ନୂଆଦିଲ୍ଲୀ: ଗ୍ଲୋବାଲ ମାର୍କେଟରେ ପ୍ରତିଦିନ ସୁନା ଓ ରୂପା ଦର ବଦଳି ଥାଏ। ଆଜି ରୂପା ଦର କମିଥିବା ବେଳେ ମହଙ୍ଗା ହୋଇଛି ସୁନା । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୬,୮୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୧ ହଜାର ୦୫୪ ଟଙ୍କା ଥିବା ଜଣାଯାଇଛି ।

ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୬,୮୦୦ ଟଙ୍କା ଓ ୫୧ ହଜାର ୫୪ ଟଙ୍କା ଛୁଇଁଛି। ଦେଶର ପ୍ରମୁଖ ସହର ମାନଙ୍କରେ ମଧ୍ୟ ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୬,୮୦୦ ଟଙ୍କା ଓ ୫୧ ହଜାର ୫୪ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର କମି ଯଥାକ୍ରମେ ୪୬,୮୦୦ଟଙ୍କା ଓ ୫୧,୦୫୬ ଟଙ୍କା ରହିଛି।

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୬,୭୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୦,୯୫୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୬,୮୦୦ ଟଙ୍କା ଓ ୫୧ ହଜାର ୫୪ ଟଙ୍କା ରହିଛି। ଅନ୍ୟପଟେ ରୁପା ମୂଲ୍ୟ ଆଜି କମିଛି । ଆଜି କିଲୋଗ୍ରାମ ପ୍ରତି ରୁପା ଦର ୪୨ ତାଙ୍କ ହ୍ରାସ ପାଇଁ କିଲୋଗ୍ରାମ ପିଛା ୫୬,୪୨୪ ଟଙ୍କା ହୋଇଛି।

Get real time updates directly on you device, subscribe now.