fbpx

ନିବେଶକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ଆସୁଛି ୧୦ କୋଟି ଟଙ୍କାର NTPC Green IPO, ୪ଟି ବ୍ୟାଙ୍କ ସାମିଲ

ଓଡ଼ିଶା ଭାସ୍କର: ବର୍ତ୍ତମାନ ଭାରତୀୟ ଷ୍ଟକ୍ ବଜାରରେ ଗୋଟିଏ ପରେ ଗୋଟିଏ IPO ଲଞ୍ଚ୍ ହେଉଛି । ଏହା ନିବେଶକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । NTPC ଗ୍ରୀନ୍ ଏନର୍ଜୀ ପ୍ରାୟ ୧୦ କୋଟି ଟଙ୍କାର ଆଇପିଓ ନେଇ ଆସୁଛି । ୨୦୨୨ରେ LIC IPO ପରେ କୌଣସି ପବ୍ଲିକ ସେକ୍ଟର କମ୍ପାନୀ ଦ୍ୱାରା ଏହା ହେଉଛି ସବୁଠାରୁ ବଡ଼ ଇସ୍ୟୁ । NTPC ଗ୍ରୀନ୍ ଏନର୍ଜୀ IPOରୁ ମିଳୁଥିବା ଅର୍ଥରୁ ସୋଲାର ଏନର୍ଜୀ, ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ଗ୍ରୀନ୍ ଆମୋନିଆ ଭଳି ଜିନିଷ ପାଇଁ ବ୍ୟବହାର କରିବ । ତେବେ ଏହି IPO ପାଇଁ କମ୍ପାନୀ ପକ୍ଷରୁ ୪ଟି ବ୍ୟାଙ୍କ ଚୟନ କରିଛି ।

ମନି କଣ୍ଟ୍ରୋଲ ରିପୋର୍ଟ ଅନୁଯାୟୀ ପ୍ରାୟ ୧୨ଟି ବ୍ୟାଙ୍କ ଏହି ଆଇପିଓ ପ୍ରତି ଅଗ୍ରହ ଦେଖାଇଥିଲେ । ତେବେ NTPC ଗ୍ରୀନ୍ ଏନର୍ଜୀ ପକ୍ଷରୁ IDBI  ମାର୍କେଟସ ଆଣ୍ଡ୍ ସିକ୍ୟୁରିଟିଜ୍‌, HDFC ବ୍ୟାଙ୍କ, IIFL ସିକ୍ୟୁରିଟିଜ୍ ଏବଂ ନୁୱାମା ୱେଲ୍‌ଥ ମ୍ୟାନେଜମେଣ୍ଟକୁ IPO ପରିଚାଳନା ପାଇଁ ଚୟନ କରାଯାଇଛି । ଏହି IPO ଦୌଡ଼ରେ Goldman Sachs, ଆକ୍ସିସ୍ କ୍ୟାପିଟାଲ, ICICI ସିକ୍ୟୁରିଟିିଜ୍ ଏବଂ ଡ୍ୟାମ୍ କ୍ୟାପିଟାଲ ଭଳି ବଡ଼ ବଡ଼ ଇନଭେଷ୍ଟମେଣ୍ଟ ବ୍ୟାଙ୍କ ସାମିଲ ଥିଲେ । NTPC ୨୦୨୨ ଏପ୍ରିଲରେ NTPC ଗ୍ରୀନ୍ ଗଠନ କରିଥିଲା । ଏହା NTPCର ୧୦୦ ପ୍ରତିଶତ ମାଲିକାନା ଥିବା ସବସିଡିଆରୀ । ଏହା ପୂର୍ବରୁ NTPC ଏହାର ୨୦% ଅଂଶ କୌଣସି ବଡ଼ ନିବଶେକଙ୍କୁ ଦେବାକୁ ଚେଷ୍ଟା କରିଥିଲା । ମାଲେଶିଆର ବିଶିଷ୍ଟ ଏନର୍ଜୀ କମ୍ପାନୀ Petronas ଏହି ଅଂଶ ପ୍ରାୟ ୪୬ କୋଟି ଡଲାରର ଡିଲ୍ କରିଥିଲା । ତେବେ ପରବର୍ତ୍ତୀ ସମୟରେ NTPC ଏହାର ଅଂଶକୁ ବିକ୍ରି କରିବା ନିଷ୍ପତ୍ତିରୁ ଓହରିଯାଇଥିଲା ।

Get real time updates directly on you device, subscribe now.