ONGCରେ ସରକାରୀ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ: ମେଡିକାଲ ଛାତ୍ରଛାତ୍ରୀମାନେ ଏପରି କରନ୍ତୁ ଆବେଦନ

ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି କି ? ONGC ରେ ଆସିଲା ସୁବର୍ଣ୍ଣ ସୁଯୋଗ। ଅଏଲ ଆଣ୍ଡ ନ୍ୟାଚୁରାଲ ଗ୍ୟାସ୍‌ କର୍ପୋରେସନରେ କିଛି ପଦବୀ ଖାଲି ପଡିଛି। ଏହି ଭର୍ତ୍ତି ପାଇଁ ONGC ଦ୍ୱାରା ନୋଟିଫିକେସନ ଜାରି କରାଯାଇଛି। ଓଏନଜିସି ଦ୍ୱାରା ଏହି ଭର୍ତ୍ତି ପାଇଁ ୨୯ ଅକ୍ଟୋବରରୁ ୪ ନଭେମ୍ବର ପର୍ଯ୍ୟନ୍ତ ରୋଜଗାର ସମାଚାର ପତ୍ରରେ ବିଜ୍ଞାପନ ଜାରି କରାଯାଇଛି। ଏହି ଭର୍ତ୍ତି ପ୍ରକ୍ରିୟା ଅଧିନରେ ସ୍ପେଶାଲିଷ୍ଟ ଡାକ୍ତର/ ଏକ୍ଜ୍ୟୁକ୍ୟୁଟିଭ ପଦ ପାଇଁ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିପାରିବେ। ଏଥିପାଇଁ ପ୍ରାର୍ଥୀଙ୍କୁ ଅଫିସିଆଲ ୱେବସାଇଟ୍‌ ongcindia.com କୁ ଯାଇ ଆବେଦନ କରିବାକୁ ହେବ।

ପଦବୀ ବିବରଣୀ :

ସ୍ପେଶାଲିଷ୍ଟ ଡାକ୍ତର: ୪

ଏକ୍ଜ୍ୟୁକ୍ୟୁଟିଭ : ୧୩

ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୮ ନଭେମ୍ବର ୨୦୨୨ ପର୍ଯ୍ୟନ୍ତ ଆବେଦନ କରିପାରିବେ।

ଶିକ୍ଷାଗତ ଯୋଗ୍ୟତା : ଏହି ଭର୍ତ୍ତି ପାଇଁ ପ୍ରାର୍ଥୀଙ୍କ ପାଖରେ ଏମଡି/ଏମଏସ/ଡିଏନବି କିମ୍ବା ପିଜି ଡିପ୍ଲୋମାରେ ଡିଗ୍ରୀ ରହିଥିବା ଜରୁରୀ। ଏହା ବିଷୟରେ ଅଧିକ ଜାଣିବା ପାଇଁ ନୋଟିଫିକେସନ ଚେକ୍‌ କରିପାରିବେ।

ଦରମା : ଯେଉଁ ପ୍ରାର୍ଥୀଙ୍କ ଚୟନ ହେବ ସେମାନଙ୍କୁ ମାସିକ ୭୦,୦୦୦ରୁ ଆରମ୍ଭ କରି ମାସକୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ।

ବୟସ ସୀମା : ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ବୟସ ୩୪ ରୁ ୪୪ ବର୍ଷ ହେବା ଜରୁରୀ। ଓବିସି ପ୍ରାର୍ଥୀଙ୍କ ପାଇଁ ୩ ବର୍ଷ ଏବଂ ଅନୁସୁଚିତ ଜାତି ଏବଂ ଜନଜାତି ପାଇଁ ୫ ବର୍ଷ ବୟସ ଛୁଟ୍‌ ଦିଆଯାଇଛି।

କେମିତି କରିବେ ଆବେଦନ ?

– ଆବେଦନ କରିବା ପାଇଁ ପ୍ରାର୍ଥୀ ପ୍ରଥମେ ଅଫିସିଆଲ ୱେବସାଇଟ୍‌ ongcindia.com କୁ ଯାଆନ୍ତୁ।

– ଏହା ପରେ କ୍ୟାରିଅର ସେକ୍ସନକୁ ଯାଇ କ୍ଲିକ୍‌ କରନ୍ତୁ।

– ଏହା ପରେ ସମ୍ବନ୍ଧୀୟ ଲିଙ୍କକୁ ଯାଇ ଅନଲାଇନ ଆବେଦନ କରନ୍ତୁ।