ଯୁବପିଢ଼ିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ: National Youth Awardsରେ ସମ୍ମାନିତ କରୁଛନ୍ତି ସରକାର, ଜାଣନ୍ତୁ କିପରି କରିବେ ଆବେଦନ
ନୂଆଦିଲ୍ଲୀ: ନ୍ୟାସନାଲ ୟୁଥ୍ ଆୱାଡର ମୂଳ ଉଦ୍ଦେଶ୍ୟ ହେଉଛି ସମାଜରେ ଯୁବପିଢ଼ିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଆଲୋକିତ କରିବା ଏବଂ ସେମାନଙ୍କ ଅବଦାନକୁ ଉତ୍ସାହିତ କରିବା । ଏହି ପୁରସ୍କାର ଯୁବପିଢ଼ିଙ୍କୁ ସମାଜର ବିଭିନ୍ନ କ୍ଷେତ୍ରରେ ସକ୍ରିୟ, ଉତ୍ସର୍ଗୀକୃତ ଏବଂ ପ୍ରେରଣାଦାୟକ କାର୍ଯ୍ୟ କରିବାକୁ ସ୍ୱୀକୃତି ଦେଇଥାଏ ଏବଂ ଉତ୍ସାହିତ କରିଥାଏ ।
ପୁରସ୍କାର ମାଧ୍ୟମରେ ବାର୍ତ୍ତା ଦିଆଯାଇଛି ଯେ ସମାଜରେ ସକରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଯୁବପିଢ଼ିଙ୍କର ଶକ୍ତି ଅଛି ଏବଂ ସେମାନେ ସମାଜର ସେବାରେ ଅମୂଲ୍ୟ ଅବଦାନ କରିପାରିବେ ।
ନ୍ୟାସନାଲ ୟୁଥ୍ ଆୱାଡ ପାଇଁ ଯୋଗ୍ୟତା :-
ଏହି ପୁରସ୍କାର ସେହି ଯୁବପିଢ଼ିଙ୍କୁ ଦିଆଯାଏ, ଯେଉଁମାନେ ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ ସୁରକ୍ଷା, ମହିଳା ସଶକ୍ତିକରଣ, ଗ୍ରାମୀଣ ବିକାଶ କିମ୍ବା ଅନ୍ୟାନ୍ୟ ସାମାଜିକ କାର୍ଯ୍ୟରେ ଯେକୌଣସି ପ୍ରକାରର ସାମାଜିକ ସଂସ୍କାର କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ରଖିଛନ୍ତି । ଏହି କାର୍ଯ୍ୟଗୁଡ଼ିକ ସମାଜରେ ସକରାତ୍ମକ ପରିବର୍ତ୍ତନ ଆଣିବା ଉଚିତ ଏବଂ ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଦେବା ଉଚିତ୍ । ୧୫ ରୁ ୨୯ ବର୍ଷ ବୟସର ଭାରତୀୟ ନାଗରିକ, ଯେଉଁମାନେ ଏକ ସ୍ୱେଚ୍ଛାସେବୀ ସଂଗଠନରେ କିମ୍ବା ବ୍ୟକ୍ତିଗତ ଭାବରେ ସାମାଜିକ ସେବା କରୁଛନ୍ତି, ସେମାନେ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି ।
ଆବେଦନ ପ୍ରକ୍ରିୟା ଏବଂ ଶେଷ ତାରିଖ :-
ଏହି ପୁରସ୍କାର ପାଇଁ ଆବେଦନ କରିବାକୁ ଚାହୁଁଥିବା ଯୁବପିଢ଼ିଙ୍କୁ https://awards.gov.in/ ୱେବସାଇଟ୍ ଯାଇ ଆବଶ୍ୟକ ବିବରଣୀ ପୂରଣ କରି ଆବେଦନ କରିବାକୁ ପଡିବ । ଆବେଦନ କରିବାର ଶେଷ ତାରିଖ ହେଉଛି ୧୫ ନଭେମ୍ବର, ତେଣୁ ଆବେଦନଗୁଡିକ ଠିକ୍ ସମୟରେ କରାଯିବା ଉଚିତ । ଆବେଦନ ପ୍ରକ୍ରିୟାରେ ପ୍ରାର୍ଥୀଙ୍କ କାର୍ଯ୍ୟ ଏବଂ ତାଙ୍କର ଅବଦାନ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିବା ଆବଶ୍ୟକ, ଯାହା ଦ୍ୱାରା ତାଙ୍କର ଯୋଗ୍ୟତା ସଠିକ୍ ମୂଲ୍ୟାଙ୍କନ ହୋଇପାରିବ ।
ପୁରସ୍କାର ଲାଭ :-
ଏହି ସମ୍ମାନଜନକ ପୁରସ୍କାର ଅଧୀନରେ ପ୍ରାପ୍ତକର୍ତ୍ତାଙ୍କୁ ବିଭିନ୍ନ ସୁବିଧା ପ୍ରଦାନ କରାଯାଏ । ବ୍ୟକ୍ତିଗତ ଭାବେ ମନୋନୀତ ପ୍ରାର୍ଥୀଙ୍କୁ ଏକ ସ୍ୱର୍ଣ୍ଣ ପଦକ, ସାର୍ଟିଫିକେଟ୍ ଏବଂ ୧,୦୦,୦୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଏ । ଏଥି ସହିତ ସ୍ୱେଚ୍ଛାସେବୀ ସଂଗଠନ ଭାବରେ ମନୋନୀତ ସଂସ୍ଥାଗୁଡ଼ିକୁ ୩,୦୦,୦୦୦ ଟଙ୍କା ନଗଦ ପୁରସ୍କାର ପ୍ରଦାନ କରାଯାଏ । ଏହି ସମ୍ମାନ ସେମାନଙ୍କୁ କେବଳ ଆର୍ôଥକ ଉତ୍ସାହ ଦେଇନଥାଏ, ବରଂ ସମାଜରେ ସେମାନଙ୍କର କାର୍ଯ୍ୟକୁ ସ୍ୱୀକୃତି ଦେଇଥାଏ, ଯାହା ଅନ୍ୟ ଯୁବକମାନଙ୍କୁ ମଧ୍ୟ ପ୍ରେରଣା ଦେଇଥାଏ ।