fbpx

MBBS ଛାତ୍ରଛାତ୍ରୀମାନଙ୍କ ପାଇଁ ଖୁସି ଖବର, ଏବେ ବିଦେଶରେ କରିପାରିବେ ଅଭ୍ୟାସ

Advertisement

ଭାରତୀରେ ମେଡିକାଲ ଗ୍ରାଜୁଏଟ ହୋଇଥିବା ଛାତ୍ର ଛାତ୍ରୀଙ୍କ ପାଇଁ ଖୁସି ଖବର । ଏବେ ଅନ୍ୟ ଦେଶ ଗୁଡିକ ସେଠାରେ ପ୍ରକ୍ଟିସ କରିବା ପାଇଁ ରାସ୍ତା ଖୋଲିଛନ୍ତି । ଗ୍ରାଜୁଏଟ ହୋଇଥିବା ମେଡିକାଲ ଡାକ୍ତରମାନେ ଆମେରିକା,କାନାଡା,ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ପରି ଦେଶରେ ଯାଇ ଅଭ୍ୟାସ କରିପାରିବେ । ଏହା ସହିତ ଡିଗ୍ରୀ ମଧ୍ୟ ହାସଲ କରିପାରିବେ ।

ଏହି ମାନ୍ୟତା ମେଡିକାଲ କମିଶନ ଦ୍ୱାରା ୱାଲ୍ଡ ଫେଡେରେସନ ଫର ମେଡିକାଲ ଏଜୁକେସନରୁ ମାନ୍ୟାତା ମିଳିଛି । ଏହା ପରେ ଆଶା କରାଯାଉଛି ଦେଶରେ ମେଡିକାଲ ଶିକ୍ଷାର ସ୍ତର ବଢିଯିବ । ଏମଏମସିକୁ ଏହି ମାନ୍ୟତା ଆସନ୍ତା ୧୦ ବର୍ଷ ପର୍ଯ୍ୟନ୍ତ ମିଳିଛି । ଏହି ମାନ୍ୟତା ଦ୍ୱାରା ଭାରତରେ ଥିବା ୭୦୬ ଟି ମେଡିକାଲ କଲେଜ ଡବ୍ଲୁଏଫଏମଇ ମାନ୍ୟତା ପ୍ରାପ୍ତ ହୋଇପାରିବ । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଳାୟ ପ୍ରେସ ରିଲିଜ ଅନୁସାରେ ଏହି ମାନ୍ୟତା ଦ୍ୱାରା ଇଣ୍ଟରନ୍ୟାସନାଲ ଲେବଲରେ ଏହାର ପ୍ରତିଷ୍ଠା ମଧ୍ୟ ବଢିବ ।

ଏହା ଦ୍ୱାରା ଶିକ୍ଷଣୀୟ ସହଯୋଗ ଏବଂ ସୁବିଧାର ଆଦାନ ପ୍ରଦାନ ମଧ୍ୟ ହୋଇପାରିବ । ଡବ୍ଲୁଇଡି ଏକ ବେସରକାରୀ ସଂଗଠନ । ଯାହା ସାରା ବିଶ୍ୱରେ ମେଡିକାଲ ଷ୍ଟୁଡେଣ୍ଟ ମାନଙ୍କୁ ଶିକ୍ଷାର ଟ୍ରେନିଙ୍ଗ ଦେଇଥାଏ । ଏହା ସାରା ବିଶ୍ୱରେ ଏଜୁକେସନ ପାଇଁ ଏକ ଭିତ୍ତିଭୂମି ପ୍ରସ୍ତୁତ କରେ । ଏହା ଦ୍ୱାରା ଗ୍ଲୋବାଲ ଡାଇରେକ୍ଟ୍ରିକୁ ମ୍ୟନେଜ ମଧ୍ୟ କରାଯାଇଥାଏ ।

Get real time updates directly on you device, subscribe now.