ଛାତ୍ରଛାତ୍ରୀଙ୍କୁ ଖୁସି ଖବର, ଆରମ୍ଭ ହେଲା ସହିଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନା: ଡ୍ରପ୍ ଆଉଟ୍ ରୋକିବାକୁ ଲକ୍ଷ୍ୟ
ଏଣିକି ପାଠ ପଢିବ ସାରା ଓଡ଼ିଶା, ବର୍ଷକୁ ଛାତ୍ରଛାତ୍ରୀଙ୍କୁ ମିଳିବ ୫୦୦୦ ଟଙ୍କା, ହେବନି ଡ୍ରପ୍ ଆଉଟ୍
ଭୁବନେଶ୍ୱର: ସହିଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଯୋଜନାରେ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫୦୦୦ ଟଙ୍କା ଯୋଗାଇ ଦିଆଯିବ ।
ରାଜ୍ୟରେ ଡ୍ରପ୍ ଆଉଟ୍ ସମସ୍ୟା ରୋକିବା ପାଇଁ ନୂଆ ଯୋଜନା ହାତକୁ ନେଇଛନ୍ତି ରାଜ୍ୟ ସରକାର । ଆଦିବାସୀ ମେଳାରେ ଏହି ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।
କେଉଁ ମାନଙ୍କୁ ମିଳିବ ଟଙ୍କା: ପ୍ରଦର୍ଶନୀ ପଡ଼ିଆରେ ନୂଆ ଯୋଜନା ଆରମ୍ଭ କରିବା ସହ ପିଲାଙ୍କୁ ୫୦୦୦ ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଯୋଜନାରେ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ ।
ସିଧା ଆକାଉଣ୍ଟକୁ ଆସିବ ଟଙ୍କା: ସହିଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନାରେ ସିଧାସଳଖ ପିଲାମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଇ ଦିଆଯିବ । ଏଥିରେ ପ୍ରାୟ ୩ ଲକ୍ଷ ନବମ-ଦଶମ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ।
ଯୋଜନା ପାଇଁ ବ୍ୟୟବରାଦ: ଛାତ୍ରଛାତ୍ରୀଙ୍କୁ ପାଠ ପ୍ରତି ଉତ୍ସାହ ବୃଦ୍ଧି କରିବାକୁ ଏହି ଯୋଜନାର ଆରମ୍ଭ ହୋଇଛି । ଏହି ଯୋଜନା ପାଇଁ ମୋଟ ୧୫୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।