fbpx

ଖୁସି ଖବର: ଡ୍ରାଇଭିଂ ଲାଇସେନ୍ସ ପାଇଁ ଦେବାକୁ ପଡ଼ିବ ନାହିଁ ଟେଷ୍ଟ, ଜୁଲାଇରୁ ନିୟମ ବଦଳାଇଲେ ସରକାର

ନୂଆଦିଲ୍ଲୀ: ଯଦି ଆପଣ ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ଚିନ୍ତା କରୁଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ ଆଉ ଡ୍ରାଇଭିଂ ଟେଷ୍ଟ ଦେବାକୁ ପଡ଼ିବ ନାହିଁ । କାହିଁକି ନା, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଡ୍ରାଇଭିଂ ଲାଇସେନ୍ସ ନିୟମରେ ୧ ଜୁଲାଇରୁ ବଡ଼ ପରିବର୍ତ୍ତନ କରାଯାଇଛି । ଫଳରେ ଆପଣଙ୍କୁ ଆରଟିଓ ଯାଇ ଡ୍ରାଇଭିଂ ଟେଷ୍ଟ ଦେବାକୁ ପଡ଼ିବ ନାହିଁ । ଏହା ପୂର୍ବରୁ ଲାଇସେନ୍ସ ପାଇଁ ଡ୍ରାଇଭିଂ ଟେଷ୍ଟ ଦେବା ବାଧ୍ୟତାମୂଳକ ଥିଲା । ତେବେ ଆସନ୍ତୁ ଜାଣିବା ଡ୍ରାଇଭିଂ ଲାଇସେନ୍ସ ପାଇଁ କ’ଣ କରିବାକୁ ପଡ଼ିବ…

୧-ଏମଓଆରଟିଏଚର ନିୟମ ଅନୁସାରେ, ଯଦି ଆପଣ ଏକ ସ୍ୱୀକୃତିପ୍ରାପ୍ତ ଡ୍ରାଇଭିଂ ସେଣ୍ଟରରୁ ଟ୍ରେନିଂ ନେଇଛନ୍ତି, ତେବେ ଆପଣଙ୍କୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆରଟିଓକୁ ଯାଇ ଟେଷ୍ଟ ଦେବାକୁ ପଡିବ ନାହିଁ ।

୨- ନୂଆ ନିୟମ ଅନୁସାରେ, ଡ୍ରାଇଭିଂ ସେଣ୍ଟରରେ ହାଲୁକା ମୋଟର ଯାନ କୋର୍ସ ପାଇଁ ଆପଣଙ୍କୁ ୪ ସପ୍ତାହରେ ୨୯ ଘଣ୍ଟା ଡ୍ରାଇଭିଂ କରିବାକୁ ପଡିବ । ଏହା ସହିତ ଆପଣଙ୍କୁ ୨୮ ଦିନରେ ଡ୍ରାଇଭିଂ ଶିଖିବାକୁ ମଧ୍ୟ ପଡିବ । ଯଦି ଡ୍ରାଇଭିଂ ସେଣ୍ଟରଗୁଡ଼ିକ ଆପଣଙ୍କୁ ପାସ୍ କରେ ତେବେ ଆପଣଙ୍କୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆଉ କୌଣସି ପରୀକ୍ଷା ଦେବାକୁ ପଡିବ ନାହିଁ ।

Get real time updates directly on you device, subscribe now.