fbpx

ଭୂକମ୍ପ ପୂର୍ବରୁ ଗୁଗୁଲ କରିବ ଆଲର୍ଟ, କେବଳ ଏହି ଲୋକମାନେ ଜାଣିପାରିବେ

ନୂଆଦିଲ୍ଲୀ: ଭାରତରେ ଆଣ୍ଡ୍ରଏଡ୍ ବ୍ୟବହାରକାରୀମାନେ ବର୍ତ୍ତମାନ ଭୂକମ୍ପ ହେବା ପୂର୍ବରୁ ଜାଣିପାରିବେ । ଟେକ୍ କମ୍ପାନୀ ଗୁଗୁଲ ଏକ ନୂଆ ସିଷ୍ଟମ ଲଞ୍ଚ କରିଛି । ଏହାର ନାମ ହେଉଛି ଆଣ୍ଡ୍ରଏଡ୍ ଭୂକମ୍ପ ଆଲର୍ଟ ସିଷ୍ଟମ୍, ଯାହା ସାହାଯ୍ୟରେ କମ୍ପାନୀ ଲୋକମାନଙ୍କୁ ଭୂକମ୍ପ ଆଲର୍ଟ ପଠାଇବ । ଅନେକ ଦେଶରେ ଏହି ବ୍ୟବସ୍ଥା ପ୍ରଥମରୁ ବ୍ୟବହୃତ ହେଉଛି । ଯଦି ଭୂକମ୍ପ ପରି ପ୍ରାକୃତିକ ବିପର୍ଯ୍ୟୟର ଘଟଣା ଠିକ୍ ସମୟରେ ଚିହ୍ନଟ ହୁଏ, ତେବେ ଜୀବନ ଏବଂ ସମ୍ପତ୍ତି ନଷ୍ଟ ହେବାରୁ ବଞ୍ଚିଯାଇପାରେ । ଏହି ଆଲର୍ଟ ସିଷ୍ଟମ୍ କିପରି କାମ କରେ ଆସନ୍ତୁ ଜାଣିବା…

ଏହି ସିଷ୍ଟମକୁ ଭାରତ ଆଣିବାକୁ ଗୁଗୁଲ ପ୍ରସ୍ତୁତି ଆରମ୍ଭ କରିଛି । ଦେଶରେ ଏହି ସେବା ଆରମ୍ଭ କରିବାକୁ କମ୍ପାନୀ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ଏବଂ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଏନଏସସି) ସହିତ ପରାମର୍ଶ କରୁଛି । ଗୁଗୁଲର ଟେକ୍ନୋଲୋଜି ଭୂକମ୍ପ ଆରମ୍ଭ ହେବା ପୂର୍ବରୁ ଚେତାବନୀ ପଠାଇବା ପାଇଁ କାମ କରିବ ।

ଏହିପରି ଭାବେ ଭୂକମ୍ପ ବିଷୟରେ ଜାଣିପାରିବେ :-
ଗୁଗୁଲ କହିଛି ଯେ, ଏହି ସିଷ୍ଟମ ଆପଣଙ୍କ ଫୋନକୁ ଏକ ମିନି ଅର୍ଥୱେକ୍ ଡିଟେକ୍ଟରରେ ପରିଣତ କରେ । ଭୂକମ୍ପ ଆଲର୍ଟ ସିଷ୍ଟମ ଫୋନରେ ଉପସ୍ଥିତ ଥିବା ଆକ୍ସିଲେରୋମିଟରକୁ ଏକ ଭୂକମ୍ପ-ସୂଚକ ଯନ୍ତ୍ର ଭାବରେ ବ୍ୟବହାର କରିଥାଏ । ଯେତେବେଳେ ଆପଣଙ୍କର ଫୋନ୍ ଚାର୍ଜ ନହୁଏ ଏବଂ ଗତି ନକରେ, ଏହା ଭୂକମ୍ପର ପ୍ରାରମ୍ଭିକ ଚିହ୍ନଗୁଡିକ ଚିହ୍ନଟ କରିପାରିବ । ଯଦି ଅନେକ ଫୋନ୍ ଏକାସାଙ୍ଗରେ ଭୂକମ୍ପ ଚିହ୍ନଟ କରନ୍ତି, ତେବେ ଗୁଗୁଲର ସର୍ଭରଗୁଡ଼ିକୁ ଜଣାପଡିବ ।

ଦୁଇ ପ୍ରକାର ଆଲର୍ଟ
ସଙ୍କେତଗୁଡ଼ିକୁ ଅନୁଭବ କରି ଗୁଗୁଲ ଜାଣିପାରିବ ଯେ, କେଉଁଠାରେ ଭୂକମ୍ପ ହୋଇପାରେ ଏବଂ ଏହାର ତୀବ୍ରତା କେତେ ରହିବ । ଏହା ପରେ ଗୁଗୁଲ ସେହି ଅଞ୍ଚଳର ଫୋନକୁ ଆଲର୍ଟ ପଠାଇବ । ଭୂକମ୍ପର ପରିମାଣ ଉପରେ ନିର୍ଭର କରି ଆଲର୍ଟଗୁଡିକ ଦୁଇ ପ୍ରକାରରେ ବିଭକ୍ତ । ୪.୫ କିମ୍ବା ତଦୁର୍ଦ୍ଧ୍ୱ ମ୍ୟାଗ୍ନିଚ୍ୟୁଡ ସମୟରେ ଏମଏମଆଇ ୩ ଓ ୪ ଝଟକା ପାଇଁ Be Aware Alert ଯିବ ।

 

୪.୫ କିମ୍ବା ତଦୁର୍ଦ୍ଧ୍ୱ ମ୍ୟାଗ୍ନିଚ୍ୟୁଡ ଏମଏମଆଇ ୫+ ଝଟକା ପାଇଁ Take Action Alert ପଠାଯିବ । ଏକ ଶକ୍ତିଶାଳୀ ଭୂକମ୍ପ ପରିସ୍ଥିତିରେ ‘ଡୁ ନଟ୍ ଡିଷ୍ଟର୍ବ’ ସେଟିଂ ପରେ ମଧ୍ୟ ଆଲର୍ଟ ଆସିବ ଏବଂ ଏକ ଉଚ୍ଚ ସ୍ୱର ଶୁଣାଯିବ । ଯଦି ଏପରି ଘଟେ, ତେବେ ଆପଣ ଏକ ସୁରକ୍ଷିତ ସ୍ଥାନକୁ ଯିବାକୁ ଚେଷ୍ଟା କରିବେ କିମ୍ବା ଟେବୁଲ୍ ତଳେ ରହିପାରିବେ ।

ଏହି ଲୋକମାନଙ୍କୁ ମିଳିବ ଫାଇଦା :-
ଏହି ସିଷ୍ଟମ ଭାରତର ଆଣ୍ଡ୍ରଏଡ ବ୍ୟବହାରକାରୀଙ୍କ ପାଇଁ ଜାରି ହେବ । ତଥାପି, କେବଳ ଆଣ୍ଡ୍ରଏଡ୍ ୫ କିମ୍ବା ଏଥିରୁ ହାଇ ଭର୍ସନରେ ଚଳାଉଥିବା ଲୋକମାନଙ୍କୁ ଭୂକମ୍ପ ଆଲର୍ଟ ମିଳିବ । ଆସନ୍ତା ସପ୍ତାହରୁ ଏହି ସିଷ୍ଟମ୍ ଆରମ୍ଭ ହେବ ।

Get real time updates directly on you device, subscribe now.