fbpx

Android Appର ପ୍ରାଇଭେସିରେ ପରିବର୍ତ୍ତନ କରିବ Google, ଏଣିକି ଡାଟା କଲେକ୍ସନ ହୋଇଯିବା ଲିମିଟ୍

ନୂଆଦିଲ୍ଲୀ: ଗୁଗଲ ପକ୍ଷରୁ ଏକ ନୂଆ ଅପଡେଟ୍ ଆସିଛି । ଆଣ୍ଡ୍ରଏଡ ଇକୋସିଷ୍ଟମରେ ଆଡ ଟ୍ରାକିଂକୁ ସୀମିତ କରିବା ପାଇଁ କମ୍ପାନୀ ଏକ ପ୍ରାଇଭେସି ସ୍ୟାଣ୍ଡବକ୍ସ ଡେଭଲପ କରୁଛି । ଏହାଦ୍ୱାରା ଥାର୍ଡ ପାର୍ଟି ସହ ୟୁଜରଙ୍କ ଡାଟା ଶେୟାରିଂ ଲିମିଟ ହୋଇଯିବ । କମ୍ପାନୀ ଏବେ ସିକ୍ରେଟ ଡାଟା କଲେକ୍ସନ କ୍ୟାପାସିଟିକୁ ହ୍ରାସ କରିବା ପାଇଁ ଏକ ନୂଆ ଟେକ୍ନୋଲୋଜି ସନ୍ଧାନରେ ରହିଛି ।

ଏନେଇ ଗୁଗଲର ଆଣ୍ଡ୍ରଏଡ ସେଫଟି ଆଣ୍ଡ ପ୍ରାଇଭେସିର ଭାଇସ୍ ପ୍ରେସିଡେଣ୍ଟ ଏନ୍ଥୋନି ଶାୱେଜ କହିଛନ୍ତି ଯେ, ଇଫେକ୍ଟିଭ୍ ଓ ପ୍ରାଇଭେସି ବୃଦ୍ଧି କରୁଥିବା ଆଡ୍ ସଲ୍ୟୁସନ ଡେଭଲପ କରିବା ହେଉଛି ଆମର ଟାର୍ଗେଟ୍ । ଯେେତେବେଳେ ଆମେ ଏଇ ନୂଆ ସଲ୍ୟୁସନର ଡିଜାଇନ, ଡେଭଲପ ଓ ଟ୍ରାଏଲ କରିଥାଉ, ସେତେବେଳେ ଆମେ ଅତିକମରେ ଦୁଇବର୍ଷର ଆଡ ପ୍ଲାଟଫର୍ମ ଫିଚର୍ସର ସପୋର୍ଟ କରିବା ପାଇଁ ହିସାବ କରିଥାଉ । ଏ ବାବଦରେ ଯଦି ଭବିଷ୍ୟତରେ କୌଣସି ପରିବର୍ତ୍ତନ ହୁଏ, ତେବେ ଆମେ ତା’ ପୂର୍ବରୁ ନୋଟିସ୍ ପ୍ରଦାନ କରିବୁ । ଗୁଗଲ ଚଳିତ ବର୍ଷ ଶେଷ ସୁଦ୍ଧା ଏହି ଫିଚର୍ସର ବିଟା ଭର୍ସନ ଲଞ୍ଚ କରିବାକୁ ପ୍ଲାନିଂ କରୁଛି ।

ଜଣାପଡ଼ିଛି ଯେ, ଗୁଗଲ ନିଜର ଆଣ୍ଡ୍ରଏଡ ଇକୋସିଷ୍ଟମ ପାଇଁ ପ୍ରାଇଭେସି ଟୁଲର ଏକ ନୂଆ ସେଟ ଡେଭଲପ କରୁଛି । ଆପ ଡେଭଲପର୍ସଙ୍କ ଦ୍ୱାରା ୟୁଜର୍ସଙ୍କର ଆପରୁ କଲେକ୍ସନ କରାଯାଉଥିବା ଡାଟାକୁ ଏହା ଲିମିଟ୍ କରିଦେବ । ଅର୍ଥାତ ଆପକୁ ନିଜର ଅନଲାଇନ ବିହେବିୟର ଉପରେ ନଜର ରଖିବା ପାଇଁ ୟୁଜର୍ସଙ୍କଠରାୁ ପରମିଶନ ନେବାକୁ ପଡ଼ିବ । ଗତବର୍ଷ ଆପଲ କମ୍ପାନୀ ଏପରି ପ୍ରାଇଭେସି ଟୁଲ ଲଞ୍ଚ କରିଥିଲା । ଉକ୍ତ ଫିଚରରେ ଡେଭଲପର୍ସଙ୍କୁ ଆପ ଓ ୱେବସାଇଟରେ ୟୁଜର୍ସଙ୍କ ଡାଟା ଟ୍ରାକ କରିବାର ପରିମିଶନ ଦେବା ବା ରିଜେକ୍ଟ କରିବାର ଅପ୍ସନ ରହିଥିଲା । ଯଦି ୟୁଜର ‘ଆସ୍କ ଆପ ନଟ ଟୁ ଟ୍ରାକ’ ଅପ୍ସନ ଉପରେ ଟ୍ୟାପ କରେ, ତେବେ ଡେଭଲପର ନିଜ ଆପରେ ନିଜର ଡାଟାର ବ୍ୟବହାର କରି ଗ୍ରାହକଙ୍କୁ ଟ୍ରାକ୍ କରିପାରିବ ନାହିଁ । ଏଥିସହ ସେମାନେ ଅନ୍ୟ କମ୍ପାନୀର କଲେକ୍ଟ ଡାଟାକୁ ମଧ୍ୟ ଦେଖି ପାରିବେ ନାହିଁ ।

Get real time updates directly on you device, subscribe now.