ଗୁଗୁଲ୍ ମ୍ୟାପ ଧୋକା, କାଠମାଣ୍ଡୁ ବଦଳରେ ୟୁପିରେ ପହଞ୍ଚିଲେ ବିଦେଶୀ ପର୍ଯ୍ୟଟକ

ପୁଣି ଧୋକା ଦେଲା ଗୁଗୁଲ୍ ମ୍ୟାପ। କାଠମାଣ୍ଡୁ ଅଭିମୁଖେ ଯାତ୍ରା ଆରମ୍ଭ କଲେ ହେଲେ ୟୁପିରେ ପହଞ୍ଚିଗଲେ। ଗୁଗୁଲ୍ ମ୍ୟାପ ପାଇଁ ଫସିଗଲେ ଦୁଇ ବିଦେଶୀ ସାଇକେଲ ଚାଳକ।

ଉତ୍ତରପ୍ରଦେଶ: ଦିନକୁ ଦିନ ବଢ଼ିବାରେ ଲାଗିଛି ଗୁଗୁଲ୍ ମ୍ୟାପ ଧୋକା। କେତେବେଳେ ଗୁଗୁଲ୍ ମ୍ୟାପ ପାଇଁ କାର ଅଧାଗଢ଼ା ବ୍ରିଜ ତଳକୁ ଖସିପଡ଼ିଲାଣି ତ ଆଉ କେତେବେଳେ ଗୁଗୁଲ୍ ମ୍ୟାପ ଲୋକଙ୍କୁ ଜଙ୍ଗଲ ଭିତରକୁ ନେଇଗଲାଣି।

ଠିକ୍ ସେହିପରି ଏବେ ଦୁଇଜଣ ବିଦେଶୀ ପର୍ଯ୍ୟଟକଙ୍କୁ ଧୋକା ଦେଇଛି ଗୁଗୁଲ୍ ମ୍ୟାପ। କାଠମାଣ୍ଡୁ ବୁଲିବାକୁ ଆସି ୟୁପିରେ ପହଞ୍ଚିଗଲେ। ଆଉ ତା ପରେ….

ଗୁଗୁଲ୍ ମ୍ୟାପ ଧୋକା: ଆଜିକା ଦିନରେ ଗୁଗୁଲ୍ ମ୍ୟାପ ସମସ୍ତଙ୍କ ପାଇଁ ସାହାରା ସାଜିଛି। ଯେଉଁ ସ୍ଥାନକୁ ଆମେ କେବେ ଯାଇନଥାନ୍ତି ସେ ସ୍ଥାନକୁ ବାଟ କଢ଼େଇ ନିଏ ଗୁଗୁଲ୍ ମ୍ୟାପ। ଯେହେତୁ ଏବେ ଅନଲାଇନର ଯୁଗ ତେଣୁ ଗୁଗୁଲ୍ ମ୍ୟାପ ଉପରେ ନିର୍ଭର କରୁଛନ୍ତି ଯୁବପୀଢ଼ି।

ନୂଆ ନୂଆ ସ୍ଥାନକୁ ଯାଉଛନ୍ତି ତାହା ପୁଣି ଗୁଗୁଲ୍ ମ୍ୟାପକୁ ସାହାରା କରି। ହେଲେ ଏହି ଗୁଗୁଲ୍ ମ୍ୟା ଅନେକ ସମୟରେ ଲୋକଙ୍କୁ ଧୋକା ଦେଉଥିବା ଘଟଣା ବି ସାମ୍ନାକୁ ଆସିଛି। ଅନେକ ସମୟରେ ଗୁଗୁଲ୍ ମ୍ୟାପର ଭୁଲ୍ ତଥ୍ୟ ପାଇଁ ଲୋକଙ୍କୁ ହଇରାଣ ମଧ୍ୟ ହେବାରୁ ପଡ଼ିଛି।

ଫସିଲେ ବିଦେଶୀ ପର୍ଯ୍ୟଟକ: ଗୁଗୁଲ୍ ମ୍ୟାପକୁ ଭରସା କରି ଫସି ଯାଇଛନ୍ତି ଦୁଇଜଣ ବିଦେଶୀ ସାଇକେଲ ଚାଳକ। ଗୁଗୁଲ୍‌ ମ୍ୟାପ୍‌ର ବ୍ୟବହାରକରି ଦୁଇ ଜଣ ବିଦେଶୀ ପର୍ଯ୍ୟଟକ ସାଇକେଲରେ ଦିଲ୍ଲୀରୁ କାଠମାଣ୍ଡୁ ଯାତ୍ରାକରୁଥିଲେ। କିନ୍ତୁ ସେମାନଙ୍କୁ ଗୁଗୁଲ୍‌ ମ୍ୟାପ୍‌ କାଠମାଣ୍ଡୁ ବଦଳରେ ଚୁରାଇଲି ଡ୍ୟାମ୍ ନିକଟରେ ପହଞ୍ଚାଇଥିଲା ।

କିଛି ସ୍ଥାନୀୟ ଗ୍ରାମବାସୀ ସେମାନଙ୍କୁ ସାଇକେଲ ଚଳାଉଥିବା ଦେଖିଥିଲେ। ଏହାପରେ ଗ୍ରାମବାସୀ ସେମାନଙ୍କୁ ଚୁରାଇଲି ପୋଲିସ ଆଉଟପୋଷ୍ଟକୁ ନେଇଯାଇଥିଲେ ।

ପୋଲିସ ରାତ୍ରିଯାପନ ପାଇଁ ଦୁଇ ପର୍ଯ୍ୟଟକଙ୍କୁ ଗ୍ରାମର ମୁଖିଆଙ୍କ ଘରେ ରଖିଥିଲା। ଏହାପରେ ଶୁକ୍ରବାର ଦିନ ପୋଲିସ ସେମାନଙ୍କୁ କାଠମାଣ୍ଡୁ ରାସ୍ତା ସମ୍ପର୍କରେ ସୂଚନା ପ୍ରଦାନକରି ଛାଡିଦେଇଥିଲା ।