fbpx

ଶ୍ରୀକୃଷ୍ଣଙ୍କ ନାମ ନେଇ କେଜ୍ରିଓ୍ଵାଲଙ୍କୁ ପ୍ରଶଂସା କରୁ କରୁ ଖସିଗଲା ପାଟି, ବଢିଲା ଆପ୍ ନେତାଙ୍କ ମୁସ୍କିଲ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ଗୁଜରାଟ ଅଧ୍ୟକ୍ଷ ଗୋପାଳ ଇଟଲିଆଙ୍କ ମୁସ୍କିଲ ବଢିବାରେ ଲାଗିଛି। ଦ୍ଵାରକାରେ ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ପ୍ରଶଂସା କରୁ କରୁ ଭଗବାନ ଶ୍ରୀକୃଷ୍ଣଙ୍କ ଉପରେ ଟିପ୍ପଣୀ କରିବା ଗୋପାଳଙ୍କୁ ମହଙ୍ଗା ପଡିଛି। ତାଙ୍କ ବିରୋଧରେ ଭାବନଗରର ଉମରାଲା ଥାନାରେ ଏତଲା ଦାୟର ହୋଇଛି। ଧାର୍ମିକ ଭାବାବେଗକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି।

ଉଲ୍ଲେଖନୀୟ ଗତ ଦିନରେ ଅରବିନ୍ଦ କେଜ୍ରିଓ୍ଵାଲ ଦ୍ଵାରକା ଗସ୍ତରେ ଏକ ଜନସଭାକୁ ସମ୍ବୋଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗୋପାଳ ଇଟଲିଆଙ୍କ ପାଟି ଖସି ଯାଇଥିଲା। ସେ କେଜ୍ରିଓ୍ଵାଲଙ୍କ ପ୍ରଶଂସା କରି ଗୀତାର ଏକ ଶ୍ଳୋକ ‘ୟଦା ୟଦା ହି ଧର୍ମସ୍ୟ’ର ଉଲ୍ଲେଖ କରି କହିଥିଲେ, ଅରବିନ୍ଦ କେଜ୍ରିଓ୍ଵାଲ ଅର୍ଜୁନଙ୍କ ପରି ଭଗବାନ ଶ୍ରୀକୃଷ୍ଣ ଏବଂ ବିଜେପିର ରାକ୍ଷସମାନଙ୍କୁ ବଞ୍ଚାଇବା ପାଇଁ ଆସି ଯାଇଛନ୍ତି। ଇଟାଲିଆଙ୍କ ଏହି ଟିପ୍ପଣୀ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି। ସେ ଭଗବାନଙ୍କ ଅପମାନ କରିଥିବା ଅନେକ ଲୋକ ଅଭିଯୋଗ କରିଛନ୍ତି।

ଉମରାଲା ପୋଲିସ ରବିବାର ରାତିରେ ଗୋପାଳ ଇଟାଲିଆଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତାର ଧାରା ୨୯୫ଏ ଏବଂ ୨୯୮ ଆଧାରରେ କେସ୍ ରୁଜୁ କରିଛି। ଦୁଇ ଦିନ ପୂର୍ବେ ସୁରଟରେ ଇଟାଲିଆଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ଏହି କେସ୍ ବିଜେପି ନେତାଙ୍କ ବିରୋଧରେ କରିଥିବା ଅପମାନଜନକ ଟିପ୍ପଣୀ ପାଇଁ ରୁଜୁ କରାଯାଇଛି। ସେ ଗୁଜରାଟର ଗୃହ ମନ୍ତ୍ରୀ ହର୍ଷ ସାଙ୍ଘଭିଙ୍କୁ ଡ୍ରଗ ସାଙ୍ଘଭି କହିଥିଲେ ଏବଂ ବିଜେପି ରାଜ୍ୟ ସଭାପତି ସିଆର ପାଟିଲଙ୍କୁ ମଦ ମାଫିଆ କହିଥିଲେ। ଗତ ଶୁକ୍ରବାର ଏବଂ ଶନିବାର କେଜ୍ରିଓ୍ଵାଲ ଗୁଜରାଟ ଗସ୍ତରେ ଥିଲେ ଏବଂ ଏହି ସମୟରେ ଅନେକ ନିର୍ବାଚନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Get real time updates directly on you device, subscribe now.