fbpx

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ପୂର୍ବତନ ପତ୍ନୀ: ପାକ ସେନାର କଣ୍ଢେଇ ସାଜିଛନ୍ତି ଇମ୍ରାନ ଖାନ୍

ନୂଆଦିଲ୍ଳୀ: ସୁରକ୍ଷା ବ୍ୟବସ୍ଥାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସାମଲୋଚନା କରିଛନ୍ତି ପୂର୍ବତନ ପତ୍ନୀ । ଟ୍ୱିଟ୍ କରି ନିଜର ପୂର୍ବତନ ପତିଙ୍କୁ ପାକିସ୍ତାନ ସେନାର କଣ୍ଢେଇ ବୋଲି ଅଭିହିତ କରିଛନ୍ତି । ପାକିସ୍ତାନରେ ତାଙ୍କ ଗାଡି ଉପରେ ହୋଇଥିବା ଆକ୍ରମଣକୁ ନେଇ ରେହାମ ଖାନ ଟ୍ୱିଟ୍ କରିଛନ୍ତି । ଇମ୍ରାନଙ୍କ ଶାସନ କାଳରେ ପାକିସ୍ତାନ କାପୁରୁଷ, ଲୁଟେରା ଏବଂ ଲୋଭୀଙ୍କ ଦେଶ ପାଲଟିଛି ବୋଲି ରେହାମ କହିଛନ୍ତି ।

ନିଜ ପୁତୁରାର ବାହାଘରରୁ ଫେରୁଥିବା ସମୟରେ ତାଙ୍କ କାର ଉପରକୁ ଗୁଳି ଚଳାଯାଇଥିଲା । ଦୁଇ ଜଣ ଆତତାୟୀ ମୋଟର ସାଇକେଲରେ ଆସି କାର ଅଟକାଇବା ସହିତ କାର ଉପରକୁ ଗୁଳି ଚଳାଇଥିଲେ । ଆକ୍ରମଣ ସମୟରେ ରେହାମଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ଏବଂ ଡ୍ରାଇଭର କାରରେ ଉପସ୍ଥିତ ଥିଲେ । ସୌଭାଗ୍ୟ ବଶତଃ ଘଟଣାର କିଛି ମିନିଟ ପୂର୍ବରୁ ରେହାମ କାର ବଦଳାଇଥିଲେ । ସେ ଆହତ ହୋଇନଥିଲେ ହେଁ ଏହି ଘଟଣାଟି ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା ।

ବ୍ରିଟିଶ-ପାକିସ୍ତାନୀ ବଂଶୋଦ୍ଭବ ରେହାମ ଜଣେ ଟିଭି ଆଙ୍କର ଭାବରେ ପରିଚିତ । ୪୮ ବର୍ଷୀୟ ରେହାମ ୨୦୧୪ରେ ଇମ୍ରାନ ଖାନଙ୍କୁ ବିବାହ କରିଥିବା ବେଳେ ଅକ୍ଟୋବର ୩୦, ୨୦୧୫ରେ ଉଭୟ ପରସ୍ପର ଠାରୁ ଅଲଗା ହୋଇ ଯାଇଥିଲେ । ତେବେ ଇମ୍ରାନଙ୍କ ସରକାରୀ ପରିଚାଳନାକୁ ରେହାମ ସର୍ବଦା ସମାଲୋଚନା କରିଥାନ୍ତି । ୨୦୧୯ରେ ପୁଲୱାମା ଆକ୍ରମଣ ପରେ ଇମ୍ରାନ ଆର୍ମି ହାତର ଖେଳଣା ବୋଲି କହିଥିଲେ ରେହାମ ଖାନ୍ ।

Get real time updates directly on you device, subscribe now.