fbpx

ଦୀପାବଳିରେ ସରକାରୀ ଚାକିରିଆ ପାଇବେ ଡବଲ ଖୁସୀ, ଦରମା ସହ ବଢିବ ପେନସନ୍ !

ଭୁବନେଶ୍ବର : ସରକାରୀ ଚାକିରିଆଙ୍କ ପାଇଁ ଖୁସି ଖବର । ଦୀପାବଳିରେ ମିଳିବ ଡବଲ ଖୁସି । ସରକାରୀ କର୍ମଚାରୀଙ୍କୁ ବଡ ଉପହାର ଦେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ବୃଦ୍ଧି ହୋଇପାରେ ମହଙ୍ଗା ଭତ୍ତା ସହିତ ଦରମା । ପ୍ରତିବର୍ଷ ସରକାର ଦୀପାବଳିରେ ଖୁସି ଖବର ଦେଉଥିବା ବେଳଏ ଚଳିତ ଥର ମଧ୍ୟ ସରକାରୀ କର୍ମଚାରୀଙ୍କ ବେତନ ବୃଦ୍ଧି ପାଇବା ନେଇ ଚର୍ଚ୍ଚା ହେଉଛି ।

ସୁତ୍ରରୁ ଜଣାପଡିଛି ଯେ, ସରକାରୀ କର୍ମଚାରୀମାନଙ୍କ ଦରମା ବାର୍ଷିକ 3 ପ୍ରତିଶତ ବୃଦ୍ଧି ହୋଇପାରେ । ଅନ୍ୟପଟେ ଚୁକ୍ତିଭିତିକ କର୍ମଚାରୀମାନଙ୍କ ଦରମା ମଧ୍ୟ  3ରୁ 4 ପ୍ରତିଶତ ବୃଦ୍ଧି ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଏନେଇ ସରକାର ପ୍ରସ୍ତୁତି ଆରମ୍ଭ କରିଥିବା ମଧ୍ୟ ଜଣାପଡିଛି । ଦୀପାବଳିରେ ଉଭୟ କର୍ମଚାରୀ ଏବଂ ପେନସନ ଭୋଗୀ ସୁବିଧା ପାଇବା ନେଇ ଚର୍ଚ୍ଚା ହେଉଛି । ଯଦି ସବୁ ରାଜ୍ୟ କଥା ଦେଖିବା ତାହେଲେ ମଧ୍ୟପ୍ରଦେଶ ସରକାର ସବୁଠୁ ଅଧିକ ବୃଦ୍ଧି କରିବା ନେଇ ଚର୍ଚ୍ଚା ହେଉଛି । ପ୍ରକାଶଥାଉକି, ଗତବର୍ଷ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଡିଏ ବା ମହଙ୍ଗା ଭତ୍ତା 4 ପ୍ରତିଶତ ବୃଦ୍ଧି ହୋଇଥିଲା । ପେନସନଧାରୀଙ୍କ ମହଙ୍ଗା ସହାୟତା (ଡିଆର)ରେ 4% ବୃଦ୍ଧିକୁ ମଞ୍ଜୁରୀ ମିଳିଥିଲା । ବର୍ତ୍ତମାନ ଏହା 42 ପ୍ରତିଶତ ଥିବାବେଳେ ଏହାକୁ 46 ପ୍ରତିଶତକୁ ବଢ଼ାଇ ଦିଆଯାଇଥିଲା ।

 

Get real time updates directly on you device, subscribe now.