fbpx

ସରକାରଙ୍କ ବଡ଼ ପଦକ୍ଷେପ, ଦ୍ୱିତୀୟ ବିବାହ କରିପାରିବେନି ସରକାରୀ କର୍ମଚାରୀ!

Advertisement

ନୂଆଦିଲ୍ଲୀ: ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ତାଙ୍କର ସରକାରୀ କର୍ମଚାରୀଙ୍କୁ ପୁନର୍ବାର ବିବାହ ସହ ଜଡ଼ିତ ଏକ ଚେତାବନୀ ଦେଇଛନ୍ତି। ଜୀବନସାଥୀ ଜୀବିତ ଥାଇ ଅନ୍ୟ କାହାକୁ ବିବାହ କରିବା ଉପରେ ରୋକ୍ ଲଗାଇବା ସହ ଦ୍ୱିତୀୟ ବିବାହ କରିବାକୁ ନେଇ ଦଣ୍ଡବିଧାନ କରାଯିବ ବୋଲି କହିଛନ୍ତି।

ବ୍ୟକ୍ତିଗତ ନିୟମ ଅନୁଯାୟୀ ଦ୍ୱିତୀୟ ବିବାହ ଲାଗି ଅନୁମତି ନେଇଥିଲେ ମଧ୍ୟ ଦ୍ୱିତୀୟ ବିବାହକୁ ପ୍ରଶୟ ଦିଆଯିବ ନାହିଁ। ପର୍ସନାଲ ବିଭାଗର ଅଫିସ୍ ଚିଠିରେ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ଯଦି ସ୍ୱାମୀ କିମ୍ବା ସ୍ତ୍ରୀ ଜୀବିତ ଅଛନ୍ତି, ତେବେ ଅନ୍ୟ କାହାକୁ ବିବାହ କରିବା ପୂର୍ବରୁ ସରକାରଙ୍କ ଅନୁମତି ନେବାକୁ ପଡ଼ିବ। ଏଥିରେ ଛାଡପତ୍ରର ମାନଦଣ୍ଡ ଉଲ୍ଲେଖ କରାଯାଇ ନାହିଁ ।

ରାଜ୍ୟ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ନିର୍ଦ୍ଦେଶରେ ଏହି ଆଦେଶ ତୁରନ୍ତ କାର୍ୟ୍ୟକାରୀ ହୋଇଛି। ସରକାରୀ କର୍ମଚାରୀ ଯେଉଁମାନେ ନିୟମ ପାଳନ କରୁନାହାଁନ୍ତି ସେମାନଙ୍କୁ ଚାକିରିରୁ ମଧ୍ୟ ବରଖାସ୍ତ କରାଯାଇପାରେ ବୋଲି କୁହାଯାଉଛି। ବିଜ୍ଞପ୍ତିରେ କୁହାଯାଇଛି, ଆସାମ ସିଭିଲ ସର୍ଭିସେସ (ଆଚରଣ) ଅଧିନିୟମ, ୧୯୬୫ର ନିୟମ ୨୬ ଅନୁଯାୟୀ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି।

ନିୟମ ଉଲ୍ଲଂଘନ କରିବା ଉପରେ ଅନୁଶାସନାତ୍ମକ ପ୍ରାଧିକରଣ ସରକାରୀ କର୍ମଚାରୀଙ୍କ ବିରୋଧରେ ବିଭାଗୀୟ କାର୍ୟ୍ୟାନୁଷ୍ଠାନ ଆରମ୍ଭ କରିପାରିବେ। ନିୟମ ଉଲ୍ଲଂଘନ ପାଇଁ ସମ୍ପୃକ୍ତ କର୍ମଚାରୀଙ୍କ ଉପରେ ଜରିମାନା ଲାଗୁ କରାଯିବ ଏବଂ ତାଙ୍କୁ ବାଧ୍ୟତାମୂଳକ ଅବସରର ମଧ୍ୟ ସାମ୍ନା କରିବାକୁ ପଡିପାରେ।

Get real time updates directly on you device, subscribe now.