fbpx

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର! ପ୍ରତି ମାସରେ ମିଳିବ ୪୫୦୦ ଟଙ୍କା ଅଧିକ ଦରମା, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ମହଙ୍ଗା ଭତ୍ତା, ମହଙ୍ଗା ରିଲିଫ୍ ଓ ଏଚଆରଏ ବୃଦ୍ଧି ପରେ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି କେନ୍ଦ୍ର ସରକାର । କୋଭିଡ କାରଣରୁ ଲକ୍ଷାଧିକ କେନ୍ଦ୍ର କର୍ମଚାରୀ ବର୍ତ୍ତମାନ ସୁଦ୍ଧା ଶିଶୁ ଶିକ୍ଷା ଭତ୍ତା ବା ସିଇଏ ପାଇଁ ଦାବି କରିନାହାନ୍ତି । ଏଥିପାଇଁ ଏବେ କୌଣସି ଅଫିସିଆଲ ଡକ୍ୟୁମେଣ୍ଟ ଦରକାର ନାହିଁ । ସପ୍ତମ ବେତନ ଆୟୋଗ ଅନୁସାରେ, କେନ୍ଦ୍ର କର୍ମଚାରୀମାନେ ପିଲାମାନଙ୍କର ଶିକ୍ଷା ଉପରେ ୨,୨୫୦ ଟଙ୍କା ଶିକ୍ଷା ଭତ୍ତା ପାଆନ୍ତି ।

କିନ୍ତୁ କୋଭିଡ କାରଣରୁ ଅଧିକ ସଂଖ୍ୟକ ସରକାରୀ କର୍ମଚାରୀ ଶିକ୍ଷା ଭତ୍ତା ଦାବି କରିପାରିନାହାନ୍ତି । ଶିକ୍ଷା ଭତ୍ତାର ଦାବି କରିବାକୁ କର୍ମଚାରୀ ନିଜ ସାର୍ଟିଫିକେଟ୍ ଓ ନିର୍ଦ୍ଧାରିତ ପଦ୍ଧତି ବ୍ୟତୀତ ରେଜଲ୍ଟ ରିପୋର୍ଟ କାର୍ଡ, ଫିସ୍ ପେମେଣ୍ଟର ଇ-ମେଲ୍, ଏସଏମଏସର ପ୍ରିଣ୍ଟଆଉଟ୍ ମାଧ୍ୟମରେ କରିପାରିବେ । କେନ୍ଦ୍ର କର୍ମଚାରୀଙ୍କ ୨ ଶିଶୁର ଶିକ୍ଷା ଉପରେ ଭତ୍ତା ମିଳିଥାଏ ଓ ପ୍ରତି ପିଲା ପିଛା ୨,୨୫୦ ଟଙ୍କା ମିଳିଥାଏ । ଏହି କ୍ରମରେ କର୍ମଚାରୀଙ୍କୁ ପ୍ରତି ମାସରେ ୪,୫୦୦ ଟଙ୍କା ଦରମାରେ ମିଳିଥାଏ । ଯଦି କର୍ମଚାରୀମାନେ ମାର୍ଚ୍ଚ ୨୦୨୦ରୁ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଏକାଡେମିକ୍ ଅଧିବେଶନ ପାଇଁ ଦାବି କରିନାହାନ୍ତି, ତେବେ ସେମାନେ ଏବେ ଦାବି କରିପାରିବେ । ଏପରି କରିବା ଦ୍ୱାରା ସେମାନଙ୍କୁ ପ୍ରତି ମାସରେ ୪,୫୦୦ ଟଙ୍କା ଅଧିକ ଦରମାରେ ମିଳିବ ।

Get real time updates directly on you device, subscribe now.