ATMରୁ ୫୦୦ ଟଙ୍କିଆ ନୋଟ ବାହାରିବା ବନ୍ଦ ହୋଇଯିବ କି? ସରକାର ଦେଲେ ଏହାର ସ୍ପଷ୍ଟ ଉତ୍ତର
ସେପ୍ଟେମ୍ବର ୩୦ ତାରିଖରୁ ବନ୍ଦ ହୋଇଯିବ କି ଏଟିଏମରୁ ୫୦୦ ଟଙ୍କିଆ ନୋଟ୍ ବାହାରିବା, ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ, ATM ରୁ 500 ଟଙ୍କାର ନୋଟ୍ ବାହାରିବା ବନ୍ଦ ହୋଇଯିବ। ଏନେଇ ବର୍ତ୍ତମାନ ଅର୍ଥ ମନ୍ତ୍ରଣାଳୟ ସ୍ପଷ୍ଟୀକରଣ ଦେଇଛି।
ସରକାରଙ୍କ ପକ୍ଷରୁ ସଂସଦରେ କୁହାଯାଇଛି ଯେ, ଜନସାଧାରଣଙ୍କ କାରବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି, RBI ନିଶ୍ଚିତ କରିବ ଯେ; ସମସ୍ତ ମୂଲ୍ୟର ନୋଟ୍ ସଂଖ୍ୟା ଉପଲବ୍ଧ ରହିବ।
ବ୍ୟାଙ୍କଗୁଡ଼ିକୁ RBIର ନିର୍ଦ୍ଦେଶ: ଛୋଟ ମୂଲ୍ୟର ନୋଟ୍ ଲୋକଙ୍କ ପାଖରେ ସହଜରେ ପହଞ୍ଚିବା ପାଇଁ, RBI ସମସ୍ତ ବ୍ୟାଙ୍କ ଏବଂ ATM ଅପରେଟରମାନଙ୍କୁ ନିର୍ଦ୍ଦେଶ ଦେଇଛି।
ନିର୍ଦ୍ଦେଶାନୁଯାୟୀ, 30 ସେପ୍ଟେମ୍ବର 2025 ସୁଦ୍ଧା 100 ଟଙ୍କା ଏବଂ 200 ଟଙ୍କାର ନୋଟ୍ ସଂଖ୍ୟା 75 ପ୍ରତିଶତ ଏବଂ 31 ମାର୍ଚ୍ଚ 2026 ସୁଦ୍ଧା ଏଗୁଡ଼ିକର ସଂଖ୍ୟା 90 ପ୍ରତିଶତକୁ ବୃଦ୍ଧି କରାଯିବ।
500 ଟଙ୍କା ନୋଟ୍ ବନ୍ଦ କରାଯାଉଛି କି? ସରକାରଙ୍କ ଲକ୍ଷ୍ୟ 500 ଟଙ୍କିଆ ନୋଟ୍ ବନ୍ଦ କରିବା ନୁହେଁ, ବରଂ କମ୍ ମୂଲ୍ୟର ନୋଟ୍ ଉପଲବ୍ଧତାକୁ ବୃଦ୍ଧି କରାଯିବ।
ସଂସଦରେ ଏହି ପ୍ରଶ୍ନର ଉତ୍ତରରେ, ସରକାର ସ୍ପଷ୍ଟ କରିଛନ୍ତି ଯେ; 500 ଟଙ୍କିଆ ନୋଟ୍ ଏବଂ ATMରୁ ଏଗୁଡ଼ିକୁ ଉଠାଣ ବିଷୟରେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ।