fbpx

ସରକାରଙ୍କ ଦୋମୁହାଁ ନୀତି! ବନ୍ଦ ହେବନି ମଦ, କୋରାପୁଟରେ ଖୋଲିଲା ୮ ଟି ଦେଶୀ ମଦ ଦୋକାନ

Advertisement

ଓଡିଶା ଭାସ୍କର: ସାରା ରାଜ୍ୟରେ ମଦ ବନ୍ଦ ହେବ ବୋଲି ଚର୍ଚ୍ଚା ଚାଲିଥିଲା । ମୁଖ୍ୟମନ୍ତ୍ର ମୋହନ ମାଝୀ ମଦ ବନ୍ଦକୁ ନେଇ କଡା ପଦକ୍ଷେପ ନେବେ ବୋଲି ସମସ୍ତେ ଆଶା କରିଥିଲେ । ମାତ୍ର ତାହା ହୋଇ ନାହିଁ , ବରଂ କୋରାପୁଟରେ ୮ ଟି ଦେଶୀ ମଦ ଦୋକାନ ଖୋଲିଛି । ଯାହାକୁ ନେଇ ରାଜ୍ୟସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀ ପତି ।

ତାରା କହିଛନ୍ତି ଯେ, ସରକାର ଦୋମୁହାଁ ନୀତି ଅବଲମ୍ବନ କରୁଛନ୍ତି । ମଦ ବନ୍ଦ କରିବା ଭଳି କଥା କହି ବାହୋସ୍ପଟ ମାରୁଥିବା ସରକାର କେମିତି ଦେଶୀ ମଦ ଦୋକାନ ଖୋଲିଲେ ଦୃଷ୍ଟି ଦେଉ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି । ତାରାପ୍ରସାଦ ବାହିନୀ ପତି ସରକାରଙ୍କ ଏଭଳି ନୀତିକୁ ଘୋର ବିରୋଧ କରିଛନ୍ତି । ସେ କହଛନ୍ତି ଯେ ଗୋଟିଏ ପଟେ ସରକାର ମଦ ବନ୍ଦ ପାଇଁ ଆଲୋଚନା କରୁଛନ୍ତି ଓ ଅନ୍ୟ ପଟେ ମଦ ଦେକାନ ଖୋଲିବା ପାଇଁ ବିଜ୍ଞାପନ ବାହାର କରାଉଛନ୍ତି । ତେବେ ଆଗାମୀ ଦିନରେ ରାଜ୍ୟରେ ସତରେ ମଦ ବନ୍ଦ ହେବ ନା ନାହିଁ ତାହା ତ ସମୟ କହିବ । କିନ୍ତୁ , ମଦ ବନ୍ଦ ଭଳି ଚର୍ଚ୍ଚା ମଦ ପିଉଥିବା ଲୋକଙ୍କ ପାଇଁ ଏକ ଦଃୁଖଦ ଖବର ଭାବରେ ଉଭା ହୋଇଛି । ସେମାନେ ଚାହିଁ ରହିଛନ୍ତି ଯେ ଓଡିଶା ସରକାର ସତରେ ମଦ ବନ୍ଦ କରିବେ ନାହିଁ । ନା ଏହା କେବଳ ଏକ ଚର୍ଚ୍ଚା ମାତ୍ର ।

Get real time updates directly on you device, subscribe now.