fbpx

SHG ମହିଳାଙ୍କ ପାଇଁ ସ୍ୱତନ୍ତ୍ର ପାଣ୍ଠି ଦେବେ ସରକାର: ବିଭିନ୍ନ ଉପାୟରେ ମିଳିବ ସହାୟତା

Advertisement

ଭୁବନେଶ୍ୱର: ଓଡିଶାରେ ମହିଳାଙ୍କ ବିକାଶ ପାଇଁ ଲଗାତାର ପ୍ରୟାସ ଜାରି ରଖିଛନ୍ତି ରାଜ୍ୟ ସରକାର । ବିଶେଷ କରି ଏସଏଚଜି ମହିଳାମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସହାୟତା ଯୋଗାଇ ଦିଆଯାଉଛି । ବର୍ତ୍ତମାନ ଏସଏଚଜି ମହିଳାଙ୍କ ପାଇଁ ଗଠନ କରିବାକୁ ଯାଉଛନ୍ତି ସ୍ୱତନ୍ତ୍ର ପାଣ୍ଠି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ ଢାଞ୍ଚାରେ ଏହି ପାଣ୍ଠି ଗଠନ କରାଯିବ । ରୋଗଗ୍ରସ୍ତ ମହିଳା ଏବଂ ଦୁର୍ଘଟଣାଗ୍ରସ୍ତ ହେଲେ ସରକାରଙ୍କ ତରଫରୁ ସହାୟତା ପ୍ରଦାନ କରାଯିବ ।

ଏହାବ୍ୟତୀତ ଦୁର୍ଘଟଣାରେ ମୃତ୍ୟୁ ଘଟିଲେ ମଧ୍ୟ ସରକାର ଗ୍ରୁପର ସଦସ୍ୟାମାନଙ୍କ ପରିବାରକୁ ସହାୟତା ଯୋଗାଇ ଦେବେ । ଏହି ଫଣ୍ଡ କାର୍ଯ୍ୟକାରୀ କରିବ ପାଇଁ ରାଜ୍ୟ ସରକାର ୩-୪ ମାସ ସମୟ ନେଇଛନ୍ତି । ଏହାମଧ୍ୟରେ ଫଣ୍ଡ କାର୍ଯ୍ୟକାରୀ ହୋଇପାରିବ ବୋଲି ଆଶା ରଖାଯାଇଛି । ରାଜ୍ୟ ବଜେଟରୁ ଏଥିପାଇଁ ଅର୍ଥ ବ୍ୟୟବରାଦ କରାଯିବ । ରାଜ୍ୟସ୍ତରୀୟ ଏସଏଚଜି ଫେଡେରେସନ ଗଠନ ହେବ ବୋଲି ମଧ୍ୟ କୁହାଯାଇଛି । ଏ ନେଇ ମିଶନ ଶକ୍ତି ସଚିବ ସୂଚନା ଦେଇଛନ୍ତି । ଏହା ରାଜ୍ୟର ମିଶନ ଶକ୍ତି ଏବଂ ଏହାସହ ଜଡିତ ମହିଳାମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଏକ ବଡ ଉପହାର ହେବ ।

Get real time updates directly on you device, subscribe now.